ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂସଦ ନିର୍ବାଚନରେ ବାମପନ୍ଥୀ ସମର୍ଥକଙ୍କର ବଡ ଧରଣର ବିଜୟ ହାସଲ କରିଛନ୍ତି। ୟୁନାଇଟେଡ ଲେଫ୍ଟ ସମର୍ଥିତ ପାର୍ଥୀମାନେ ସମସ୍ତ ପ୍ରମୁଖ ଚାରୋଟି ପଦରେ ବିଜୟୀ ହୋଇଛନ୍ତି। ଛାତ୍ର ସସଂଦର ସଭାପତି ଭାବେ ଏନ. ସାଇ ବାଲାଜୀ କୁମାର, ଉପ ସଭାପତି ସାରିକା ଚୌଧୁରୀ, ସାଧାରଣ ସମ୍ପାଦକ ଏଜାଜ ଅହମ୍ମଦମା, ଯୁଗ୍ମ ସମ୍ପାଦକ ଅମୃତା ଜୟଦୀପ ବିଜୟୀ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ଶନିବାର ଭୋଟ ଗଣତି ହେବାର ଥିଲେ ମଧ୍ୟ କିଛି ଛାତ୍ରଛାତ୍ରୀ ଏହାକୁ ବିରୋଧ କରି ବାଲଟ ବକ୍ସ ଓ ବାଲାଟ ପେପର ନେଇଯିବା ପାଇଁ ଚେଷ୍ଟା କରିଥିଲେ। ଯାହାକୁ ନେଇ ଭୋଟ ଗଣତି ବନ୍ଦ କରାଯାଇଥିଲା। ରବିବାର ଏହାର ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇଛି।
ଜେଏନୟୁ ଛାତ୍ର ସଂସଦ ନିର୍ବାଚନ : ବାମପନ୍ଥୀ ସମର୍ଥକ ବାଜିମାତ
Popular Categories



