www.samajalive.in
Saturday, December 6, 2025
14.1 C
Bhubaneswar

ମହିଳା ବକ୍ସିଂ : ମାରି କମ୍‍ଙ୍କୁ ସ୍ୱର୍ଣ୍ଣ ୪ ଭାରତୀୟଙ୍କୁ ବ୍ରୋଞ୍ଜ୍‍

ନୂଆଦିଲ୍ଲୀ  : ପାଞ୍ଚଥର ବିଶ୍ୱ ବକ୍ସିଂ ଚାମ୍ପିୟାନ୍‍ ଭାରତର ଏମ୍‍.ସି. ମାରି କମ୍‍ ପୋଲାଣ୍ଡରେ ଚାଲିଥିବା ୧୩ଶ ସିଲେସିଆନ୍‍ ବକ୍ସିଂ ଚମ୍ପିଆନ୍‍ସିପ୍‍ରେ ୪୮ କିଲୋଗ୍ରାମ ଶ୍ରେଣୀରେ ଏବର୍ଷର ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅନ୍ୟ ପକ୍ଷରେ ୩ ଜଣ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ବ୍ରୋଞ୍ଜ୍‍ପଦକ ଜିତିଛନ୍ତି । ମାରି କମ୍‍ କାଜାଖସ୍ତାନର ଆଇଜେରିମ୍‍ କାନାୟେଭାଙ୍କୁ ଫାଇନାଲ୍‍ରେ ସେ ୫-୦ରେ ହରାଇଥିଲେ । ଯୁବ ପ୍ରତିଯୋଗିତା ବିଭାଗରେ ଜ୍ୟୋତି ଗୁଲିଆ ୫୧ କିଲୋଗ୍ରାମ୍‍ ଶ୍ରେଣୀରେ ଦେଶର ଏକମାତ୍ର ସ୍ୱର୍ଣ୍ଣପଦକ ଜିତିଛନ୍ତି ।

ସେହିପରି ପୂର୍ବତନ ବିଶ୍ୱ ଚମ୍ପିଆନ୍‍ ତଥା ଏସୀୟ କ୍ରୀଡ଼ା ବ୍ରୋଞ୍ଜ୍‍ ପଦକ ବିଜୟିନୀ ସରିତା ଦେବୀ ୬୦ କେଜି ବର୍ଗର ସେମିଫାଇନାଲରେ ପରାସ୍ତ ହୋଇ ବ୍ରୋଞ୍ଜ୍‍ ପଦକ ଜିତିଛନ୍ତି। ସରିତାଙ୍କୁ କାଜାଖ୍‍ସ୍ତାନର କାରିନା ଇବ୍ରାଜିମୋଭା ୫-୦ରେ ପରାସ୍ତ କରିଛନ୍ତି। ସେହିପରି ୬୯ କେଜି ବର୍ଗରେ ଭାରତର ଲଭ୍‍ଲିନା ବର୍ଗୋହେନ୍‍ ମଧ୍ୟ ବ୍ରୋଞ୍ଜ୍‍ପଦକ ପାଇଛନ୍ତି।  ଲଭ୍‍ଲିନାଙ୍କୁ ପୋଲାଣ୍ଡର କାରୋଲିନା କୋଜେୱସ୍କା ୪-୧ ନିଷ୍ପତ୍ତିରେ ପରାସ୍ତ କରିଥିଲେ। ୮୧ କେଜି ବର୍ଗରେ ଭାରତର ପୂଜା ରାଣୀ ଲଢ଼ୁଆ ପ୍ରଦର୍ଶନ କରିଥିଲେ। ତେବେ ପୋଲାଣ୍ଡର ଆଗାଟା କାଜ୍‍ମାର୍କସ୍କା ୩-୨ ନିଷ୍ପତ୍ତିରେ ପୂଜାଙ୍କୁ ପରାସ୍ତ କରିଥିଲେ। ସେହିପରି ଋତୁ ଗ୍ରେୱାଲ ମଧ୍ୟ ୫୧କେଜି ବର୍ଗରେ ବ୍ରୋଞ୍ଜ୍‍ ପଦକ ଜିତିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories