www.samajalive.in
Saturday, December 6, 2025
17.1 C
Bhubaneswar

ଜଳନ୍ଧରର ଥାନାରେ ବିସ୍ଫୋରଣ କରିଥିବା  ଦାବି କଲା ଖଲିସ୍ତାନ ଆତଙ୍କବାଦୀ ସଙ୍ଗଠନ

ଜଳନ୍ଧର .- ପଞ୍ଜାବର ଜଳନ୍ଧରରେ ଥିବା ମାକସୁଦାନ ଥାନାରେ ହୋଇଥିବା ବିସ୍ଫାରଣ ପାଇଁ ଭିନ୍ଦ୍ରାନଓ୍ୱାଲ ଟାଇଗର ଫୋର୍ସ ନାମକ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିଛି । ପଞ୍ଜାବକୁ ଅଲଗା ଖଲିସ୍ତାନ ଦେଶ ଗଠନ କରିବା ପାଇଁ ଦାବି କରୁଥିବା ଏହି ଆତଙ୍କବାଦୀ ସଙ୍ଗଠନର ଏକ ଚିଠି ଭାଇରାଲ୍‌ ହୋଇଛି । ଏହି ବିସ୍ଫୋରଣରେ ଜଣେ ପୁଲିସ କର୍ମୀ ଆହତ ହୋଇଛନ୍ତି ।

ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।  କାହାକୁ ଏଥିପାଇଁ ହଇରାଣ ନ କରିବାକୁ ଚିଠିରେ ଉଲ୍ଲେଖ ଅଛି। ଏହି ଚିଠିର ସତ୍ୟତାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଜଳନ୍ଧର ପୁଲିସ କମିଶନର ପିକେ ସିହ୍ନା କହିଛନ୍ତି ।  ପଞ୍ଜାବ ପୁଲିସ ଡିଜି ସୁରେଶ ଆରୋରା ଏହି ଥାନା ପରିଦର୍ଶନ କରିଛନ୍ତି ।

- Advertisement -

ବିସ୍ଫୋରଣ ହୋଇଥିବା ଥାନାରେ ଏକ  ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି । ଥାନା ପାଚେରୀର ଉଚ୍ଚତା କମ ଥିବା ବେଳେ ଦୁଇପଟୁ ଖୋଲା ଅଛି । ଏଥିପାଇଁ କେହି ବାହାରୁ ବିସ୍ଫୋରକ ଫିଙ୍ଗି ଦେଇଥିବା ପୁଲିସ ସନ୍ଦହ କରୁଛି । ଏନ୍‌ଏସ୍‌ଜିର ଏକ ଟିମ୍‌ ଥାନାରେ ପହଞ୍ଚି ଏଥିରେ କେଉଁ ପ୍ରକାରର ବିସ୍ଫୋରକ ବ୍ୟବହାର  କରାଯ।ଇଛି ସେ ବିଷୟରେ ତଦନ୍ତ କରିଛନ୍ତି ।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories