ଆଜି ପିଏସ୍ଏଲ୍ଭି – ସି.-୪୨ର ଉତକ୍ଷେପଣ
ଆନ୍ଧ୍ର ପ୍ରଦେଶ : ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ଇସ୍ରୋ ଆଜି ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସ୍ଏଲ୍ଭି – ସି.-୪୨ ଉପଗ୍ରହକୁ ମହାକାଶକୁ ପଠାଇବ। ଏଥିପାଇଁ ଗତକାଲି ଠାରୁ ୩୩ ଘଣ୍ଟିଆ ଅବଗଣନା ଆରମ୍ଭ ହୋଇଛି। ଆଜି ରାତି ୧୦ଟା ୦୮ ମିନିଟ୍ରେ ଏହା ମହାକାଶକୁ ପ୍ରେରଣ କରାଯିବ ବୋଲି ସମୟ ଧାର୍ଯ୍ୟ କରାଯାଇଛି। ଏଥିରେ ଦୁଇଟି ନୋଭା ଏସ୍.ଏ.ଆର୍. ପୃଥ୍ୱୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଏବଂ ବ୍ରିଟେନ୍ର ଏସ୍୧-୪ ଉପଗ୍ରହ ମହାକାଶରେ ସ୍ଥାପନ କରାଯିବ।