www.samajalive.in
Wednesday, December 10, 2025
15.1 C
Bhubaneswar

ଗଞ୍ଜାମରେ ପାନୀୟ ଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ ବିଧାୟକ

ଗଞ୍ଜାମ: ଗଞ୍ଜାମ ସହର ସ୍ଥିତ ସବରେଜିଷ୍ଟର କାର୍ଯ୍ୟାଳୟ ପରିସରରେ ପାନୀୟ ଜଳ ପ୍ରକଳ୍ପ ପାଇଁ ଗୁରୁବାର ଦିନ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ଲକ୍ଷ ପଚାଶ ହଜାର ଲିଟର ବିଶିଷ୍ଟ ପାନୀୟ ଟ୍ୟାଙ୍କ ନିର୍ମାଣ ହେବ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏହାର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ୨୪ ଲକ୍ଷ ୭୧ ହଜାର ଟଙ୍କା ବ୍ୟୟ ଅଟକଳରେ ଦୁଇଟି ପାଇପ ଲାଇନ ଓ ପାଣି ଟ୍ୟାଙ୍କ ନିର୍ମାଣ ହେବ। ଏଥିରୁ ଦାମୋଦରପୁର ଓ ପୋତାଗଡ଼କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଛି ବୋଲି ବିଭାଗୀୟ ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି । ପାନୀୟ ଜଳ ପ୍ରକଳ୍ପରଶିଳାନ୍ୟାସ ଉତ୍ସଵରେ ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠଯନ୍ତ୍ରୀ ଆଶିଷ କୁମାର ବରାଳ,ବିଜେଡି ନଗର ଯୁବ ସଭାପତି ସୁଧିର କୁମାର ପାଢୀ,ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା,ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା କୈବର୍ତ୍ତ ମହାସଂଘ ସଭାପତି ସନାତନ ବେହେରା ପୂର୍ବତନ ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି,ପୂର୍ବତନ ସରପଞ୍ଚ ଡ଼ି.ଗୋବିନ୍ଦ ରେଡି, ବିଜେଡି ନଗର ସଭାପତି ପି. ରାଜୁ ରେଡି,ସୁରିୟା ପ୍ରଧାନ, ମନୋଜ ପ୍ରଧାନ, ମୁନା ପରିଡା,ହାଡ଼ିଆ ମହାପାତ୍ର ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ଏହା ଯଥା ଶୀଘ୍ର କାର୍ଯ୍ୟକାରୀ ହେବାର ଯୋଜନା ରହିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories