nua o banner

ପକ୍ଷାଘାତ ରୋଗୀଙ୍କୁ ରେଡ଼କ୍ରସ ପକ୍ଷରୁ ଆର୍ଥିକ ସହାୟତା

BJD Bijuli 480×75 Mob

ଗଞ୍ଜାମ : ଗଞ୍ଜାମ ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ର ୱାର୍ଡ ନମ୍ବର-୧ ଚୌଧୁରୀ  ସାହିର ପ୍ରତିମା ମହାରଣା (୩୮) ଦୀର୍ଘ ବର୍ଷ ଧରି ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଶଯ୍ୟାରେ ପଡିରହିଛନ୍ତି। ତାଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ବୁର୍ବଳ ହେତୁ ସେ ଅଧିକ ଚିକିତ୍ସାରୁ ବଞ୍ଚିତ ହୋଇ ସେ ଶଯ୍ୟାଶାୟୀ ହୋଇଛନ୍ତି। ଏନେଇ କୌଣସି ସୂତ୍ରରୁ ଖବର ପାଇ ବୁଧୁବାର ସନ୍ଧ୍ୟାରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ପୀଡିତାଙ୍କ ଘରକୁ ଯାଇ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।ଏଥି ସହିତ ଅଧିକ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ ବୀମା କାର୍ଡ ବ୍ୟବହାର କରିବା ସହ ମେଡିକାଲକୁ ଯିବା ବେଳେ ଆମ୍ବୁଲାନ୍ସ ବ୍ୟବସ୍ଥା ତହସିଲଦାର ନାୟକ ନିଜେ କରିବେ ବୋଲି ପୀଡିତାଙ୍କ ପରିବାରଙ୍କୁ ପ୍ରତିଶୃତି ଦେଇଛନ୍ତି।ଫଳରେ ଏହାକୁ ନେଇ ପୀଡିତା ପରିବାର ପକ୍ଷରୁ ତହସିଲଦାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୀଡିତାଙ୍କୁ ସହଯୋଗର ହାତ ବଢାଇବା କାର୍ଯ୍ୟଶୈଳୀକୁ ନେଇ ବୁଦ୍ଧିଜୀବୀମାନେ  ତହସିଲଦାର ନାୟକଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି।

Comments are closed.