www.samajalive.in
Monday, December 8, 2025
14.1 C
Bhubaneswar

୫ଟିରେ ରୂପାନ୍ତରଣ ହୋଇଥିବା ବିଦ୍ୟାଳୟର ଶିଳାନ୍ୟାସ କଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ : ରାଜ୍ୟ ସରକାରଙ୍କ ଏକ ମହତ୍ୱପୂର୍ଣ୍ଣ ଯୋଜନା ସ୍ୱରୂପ ଅତାବିରା ବ୍ଲକ ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ସମେତ ୧୪ ଟି ସ୍କୁଲ୍ ୫ଟି ରୂପାନ୍ତରଣରେ ସାମିଲ ହୋଇଛି। ଏହି ସ୍କୁଲ ଗସ୍ତ କରି ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ନିଜ କରକମଳରେ ୫-ଟି ସ୍କୁଲ ପାଇଁ ଶିଳାନ୍ୟାସ କରିଥିଲେ। ଅତାବିରା ବ୍ଲକର ୧୪ଟି ସ୍କୁଲ ମଧ୍ୟରୁ ଅନ୍ୟତମ ଏହି ଦୁଇଟି ହାଇସ୍କୁଲକୁ ଦ୍ୱିତୀୟ ପର୍ୟ୍ୟାୟରେ ୫-ଟି ରୂପାନ୍ତରିତ ସ୍କୁଲ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଶିଳାନ୍ୟାସ କାର୍ୟ୍ୟକ୍ରମରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,କର୍ମଚାରୀ,ପୁରାତନ ଛାତ୍ରୀ ସାଂସଦ ଓ ପରିଚାଳନା କମିଟିରସଦସ୍ୟ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା।
ବିଧାୟିକା  ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଏନ୍ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳୀ୍ ଭୋରାଶାଗର ,ବ୍ଲକ ଅଧ୍ୟକ୍ଷା ରିତା ସାହୁ,ରାଜ୍ୟ ବିଜେଡି ମହିଳା ଉପ ସଭାପତି ସୁଜାତା ପଣ୍ଡା ,ପରିଚାଳନା କମିଟି ର ସଭାପତି ସଦାନନ୍ଦ ଷଣ୍ଢ ମଞ୍ଚ।ସୀନ ଥିଲେ। ଶିକ୍ଷୟିତ୍ରୀ ବିଦ୍ୟୁତ୍ ପ୍ରଭା ମିଶ୍ର କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ଦଶମ ଶ୍ରେଣୀର ଅର୍ଦ୍ଧ ନିର୍ମିତ କୋଠାଘର କୁ ସମ୍ପୂର୍ଣ୍ଣ କରିବା ସହ ଏନ୍ ଏ ସି ଅଧ୍ୟକ୍ଷା ଅନ୍ତତଃ ପ୍ରତି ସପ୍ତାହରେ ଥରେ ଲେଖାଏଁ ସଫେଇ କର୍ମଚାରୀଙ୍କ ଦ୍ଵାରା ବିଦ୍ୟାଳୟ କୁ ସଫା କରିବା ବ୍ୟବସ୍ଥା କରିବା ପାଇଁ ବିଧାୟିକା ଙ୍କୁ ଅନୁରୋଧ କରିଥିଲେ । ଏହା ବ୍ୟତୀତ ବ୍ଲକ ଅଧ୍ୟକ୍ଷାଙ୍କୁ ବ୍ଲକ ରେ ଥିବା ପ୍ରାଥମିକ ବିଦ୍ୟାଳୟ ପାଚେରୀ କୁ ହାଇସ୍କୁଲ ସହ ସମ୍ମିଶ୍ରଣ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଶିକ୍ଷୟିତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ପଦ୍ମିନୀ  ତ୍ରିପାଠୀ,କଳ୍ପନା ଜେନା,ଗୀତା ବେହେରା ,ମଞ୍ଜୁଲତା ଦାଶ ,ରିନା ଚକ୍ରବର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ବ୍ଲକ ଦ୍ଵିତୀୟ ପର୍ୟ୍ୟାୟ ରେ ୫ଟି ରେ ସାମିଲ ହୋଇଥିବା ନୋଡାଲ ଉଚ୍ଚ ବିଦ୍ୟାଳୟ,ଟୋପ ହାଇସ୍କୁଲ,ଲାରସରା ହାଇସ୍କୁଲ, ଲାହଣ୍ଡା ଆଦି ବିଦ୍ୟାଳୟରେ ମଧ୍ୟ ପର୍ୟ୍ୟାୟ କ୍ରମେ ବିଧାୟିକା ଶିଳାନ୍ୟାସ କରିଛନ୍ତି। ଏହି ଶିଳାନ୍ୟାସ କାର୍ୟ୍ୟକ୍ରମ ଗୁଡ଼ିକ ରେ ବିଜେଡି ଯୁବ ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା,ଏନ୍ ଏ ସି ସଭାପତି ଟଙ୍କଧର ଦାଶ,ଗଣେଶ ସାହୁ,ସୁଦାମ ଜାଲ ,ସଂପୃକ୍ତ ଠିକାଦାର , ଜେ ଇ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ସହଯୋଗ କରୁଛନ୍ତି ।ବିଦ୍ୟାଳୟ ଗୁଡ଼ିକ ୫ଟି ରୂପାନ୍ତରଣ ହେବା ନେଇ ଅଞ୍ଚଳରେ ଛାତ୍ର ଛାତ୍ରୀ , ଅଭିଭାବକ ଅଭିଭାବିକା ତଥା ଶିକ୍ଷ।ପ୍ରେମି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories