ଚୀନ୍ ଯୋଗୁଁ ବରବାଦର ଦ୍ୱାର ଦେଶରେ ଶ୍ରୀଲଙ୍କା – ଏପରି ହୋଇଛି ସ୍ଥିତି
କଲମ୍ବୋ- ଶ୍ରୀଲଙ୍କାରେ ଏବେ ଗୁରୁତର ଆର୍ଥିକ ପରିସ୍ଥିତି ଦେଖା ଦେଇଛି । ଦେବାଳିଆ ହେବା ପରିସ୍ଥିତିରେ ଦେଶର ଆର୍ଥିକ ଅବସ୍ଥା ପହଞ୍ଚିଯାଇଛି । ଶ୍ରୀଲଙ୍କା ବିଦେଶରୁ ନେଇଥିବା ୫୨,୫୩୦,୦୦୦୦୦୦୦୦ ଟଙ୍କାର ଋଣ ପରିଶୋଧ କରିବାର ବାକି ରହିଛି । ଯାହା ୭.୩ ବିଲିୟନ ଆମେରିକୀୟ ଡଲାର । ଏବେ ସେଠାରେ ମୁଦ୍ରାସ୍ଫିତୀ ହାର ବୃଦ୍ଧି ପାଇଛି । କୋଭିଡ୍ ଏବଂ ଲକ୍ଡାଉନ୍ ଯୋଗୁଁ ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ବିଗିଡିଯାଇଥିଲା । ଚୀନ୍ ସହ ବିଭିନ୍ନ ଦେଶରୁ ନେଇଥିବା ଋଣ ଭାର ବଢିଯାଇଛି । ଚଳିତ ବର୍ଷ ଦେବାଳିଆ ହୋଇଯିବା ସମ୍ଭାବନା ବେଶୀ ବୋଲି ଦି ହିନ୍ଦୁରେ ଏକ ଖବର ପ୍ରକାଶ ପାଇଛି।
ଚୀନ୍ ଯୋଗୁଁ ଶ୍ରୀଲଙ୍କାର ଋଣ ଭାର ବୃଦ୍ଧି ପାଇଛି । କୋଭିଡ୍ ଯୋଗୁଁ ଅନ୍ତର୍ଜାତୀୟ ପର୍ଯ୍ୟଟକ ଶ୍ରୀଲଙ୍କା ଆସୁ ନାହାନ୍ତି । ସରକାରଙ୍କ ବ୍ୟୟ ବୃଦ୍ଧି ପାଇଛି । କର ଦାତାଙ୍କ କର ହ୍ରାସ କରାଯାଇଛି । ଚୀନ୍କୁ ପରିଶୋଧ କରିବାକୁ ଥିବା ଋଣ ଏବଂ ସୁଧର ପରିମାଣ ବୃଦ୍ଧି ପାଇଛି। ଏବେ ଗୋଟାବୟ ରାଜପାକ୍ସେଙ୍କ ସରକାର ଥିବା ବେଳେ ଆର୍ଥିକ ଅବସ୍ଥା ସମ୍ଭାଳିବା ବହୁ କଷ୍ଟକର ହୋଇ ପଡିଥିବା ଶ୍ରୀଲଙ୍କାର ଅର୍ଥନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଶ୍ରୀଲଙ୍କାରେ ଖାଦ୍ୟ ସହ ଅନ୍ୟ ଦରଦାମ୍ ବେଶ୍ ବୃଦ୍ଧି ପାଇଛି । ଖାଦ୍ୟ ଦ୍ରବ୍ୟର ଖାଉଟି ମୂଲ୍ୟରେ ମୁଦ୍ରାସ୍ପିତୀ ପ୍ରାୟ ୨୨.୧ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ସୂଚନା ଦେଇଛି । ଦେଶରେ ଗରିବ ଲୋକଙ୍କ ସଂଖ୍ୟା ପ୍ରାୟ ୫ ଲକ୍ଷ ବୃଦ୍ଧି ପାଇଥିବା ବିଶ୍ୱ ବ୍ୟାଙ୍କ ସୂଚନା ଦେଇଛି ।
Comments are closed.