ଏନ୍‍କାଉଣ୍ଟରରେ ୫ ଆତଙ୍କବାଦୀ ନିହତ

0

ଶ୍ରୀନଗର: ଦକ୍ଷିଣ କାଶ୍ମୀର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‍କାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ସକାଳେ କୁଲଗାମ୍‍ ଅଞ୍ଚଳରେ ତଲାସୀ ଅଭିଯାନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହାର କିଛି ସମୟ ପରେ ସୁରକ୍ଷା କର୍ମୀଙ୍କ ଏନ୍‍କାଉଣ୍ଟରରେ ଆଉ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେଠାରେ ସର୍ଚ୍ଚ ଅପରେସନ୍‍ ଜାରି ରହିଛି। କୌଣସି ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ବାରାମୁଳା ଓ କ୍ୱାଜିଗଣ୍ଡ ମଧ୍ୟରେ ଟ୍ରେନ୍‍ ଚଳାଚଳକୁ ବାତିଲ୍‍ କରାଯାଇଛି।

Leave A Reply