www.samajalive.in
Saturday, December 13, 2025
23.1 C
Bhubaneswar

୨୦୧୯ରେ ବିଜେପିର ପରାଜୟ ପରେ ପ୍ରଧାନମନ୍ତ୍ରୀ କି’ଏ ହେବ ନିଷ୍ପତ୍ତି ନେବେ ବିରୋଧୀ : ମମତା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‍ସି ନେତ୍ରୀ ମମତା ବାନାର୍ଜୀ ଶୁକ୍ରବାର ‘ରାଇଜଂ ବଙ୍ଗାଲ’ ନାମକ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆସନ୍ତା ସାଧାରଣ ନିର୍ବାଚନ ଏବଂ ଏହାର ଫଳାଫଳ ନେଇ ନିଜ ମତବ୍ୟକ୍ତ କରିଥିଲେ। ଚଳିତ ଥର ଲୋକେ ଶାସକ ବିଜେପି ବିରୋଧରେ ମତଦାନ କରିବେ ଓ ବିରୋଧଈ ଜିତିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ୨୦୧୯ ଯେତେ ଚେଷ୍ଟା କଲେ ବି ବିଜେପି ଆଉ ଶାସନକୁ ଫେରିବ ନାହିଁ ବୋଲି ମମତା କହିଛନ୍ତି। ଏହାସହ ବିଜେପିର ପରାଜୟ ପରେ ପ୍ରଧାନମନ୍ତ୍ରୀ କି’ଏ ହେବ ତାହା ଉପରେ ବିରୋଧୀ ଏକାଠି ହୋଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଏବେ ବିରୋଧୀ ଏକ ସଂଗଠିତ ପରିବାର ଭଳି ଅଛନ୍ତି। ଆଗକୁ ବିଜେପି ସେମାନଙ୍କୁ ଅଲଗା କରିବା ପାଇଁ ପ୍ରୟାସ କରିବ। ବିଜେପି ଯେତେ ଚେଷ୍ଟା କଲେ ବି ସଫଳ ହେବ ନାହିଁ ଓ ବିରୋଧୀଙ୍କୁ ଅଲଗା କରିପାରିବେ ନାହିଁ ବୋଲି ମମତା କହିଛନ୍ତି। ମମତା କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି, ଏନ୍‍ଆରସି, ବିମୁଦ୍ରାକରଣ ଆଦି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories