ଯୌନ ନିର୍ଯାତନା ମାମଲା: ପଚୌରୀଙ୍କ ବିରୋଧରେ ଚାର୍ଜଫ୍ରେମ ନିର୍ଦେଶ

0

ନୂଆଦିଲ୍ଲୀ : ଯୌନ ନିର୍ଯାତନା ମାମଲାରେ ଶକ୍ତି ଏବଂ ସମ୍ପଦ ପ୍ରତିଷ୍ଠାନର ପୂର୍ବତନ ମୁଖ୍ୟ ତଥା ନୋବେଲ ପୁରସ୍କାରପ୍ରାପ୍ତ ପ୍ରମୁଖ ପରିବେଶବିତ୍‍ ଆର.କେ ପଚୌରୀଙ୍କ ସମସ୍ୟା ବୃଦ୍ଧି ପାଇଛି। ଏହି ମାମଲାରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍‍ କରିବାକୁ ଦିଲ୍ଲୀର ସାକେତ କୋର୍ଟ ଶୁକ୍ରବାର ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୦ରେ ହେବ। ଭାରତୀୟ ପିଙ୍ଗଳ ଆଇନାନୁଯାୟୀ ତାଙ୍କ ବିରୋଧରେ ମହିଳାଙ୍କ ଲଜ୍ଜା ହରଣ କରିବା, ଶାରୀରିକ ସମ୍ପର୍କ ସ୍ଥାପନ ଓ ଅଶାଳୀନ ମନ୍ତବ୍ୟ ଦେବା ତଥା ଅଶ୍ଲୀଳ ଇଙ୍ଗିତ କରିବା ଭଳି ଗୁରୁତର ଅଭିଯୋଗ ଅଣାଯିବାର ଆଶଙ୍କା ରହିଛି। ୨୦୧୫ରେ ଜଣେ ମହିଳା ସହକର୍ମୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହି ଘଟଣା ପରେ ପଚୌରୀ ତୁରନ୍ତ ଆଗୁଆ ଜାମିନ ପାଇଁ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ମାମଲାର ତଦନ୍ତ ସମୟରେ ତାଙ୍କୁ ଗିରଫ କରାଯାଇ ନ ଥିଲା। ୨୦୧୬ ମାର୍ଚ୍ଚ ୧ରେ ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ୧,୪୦୦ ପୃଷ୍ଠା ସମ୍ବଳିତ ଅଭିଯୋଗ ଫର୍ଦ ଦାଖଲ କରିଥିଲା।

Leave A Reply