www.samajalive.in
Monday, December 15, 2025
16.1 C
Bhubaneswar

ଝୁମ୍ପୁରା ଠାରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଝୁମ୍ପୁରା: ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସର ମଧ୍ୟରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ରବିବାର ଦିନ ଆଡମ୍ବର ସହାକାରେ ପାଳିତ ହୋଇଯାଇଥିବା ଦେଖିବାକୁ ମିଳିଛି। ଜିଲା ସାଧାରଣ ସଂପାଦକ ବିପିନ ବିହାରୀ ଆପଟଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ଅତିଥି ଭାବେ ବିଜୁ ଜନତା ଦଳର ଜିଲା ସଭାପତି ମାଧବ ସର୍ଦ୍ଦାର, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଜିଲା ମହିଳା ସଭାପତିି ରମଣୀ ନାଏକ, ଝୁମ୍ପୁରା ବ୍ଲକ ସଭାପତି କଫିଲ ଆନସାରୀ, ପୂର୍ବତନ ଜିଲାପରିଷଦ ସଭ୍ୟ ବାବୁରାମ ନାଏକ, ଦେବ ସାହୁ, ପର୍ଯ୍ୟବେକ୍ଷକ କିଶୋର ତରାଇ, ରାଜ୍ୟ କୃଷକ ସେଲ ଉପ ସଭାପତି କାନନ ବିହାରୀ ପହି, ଝୁମ୍ପୁରା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ନାଏକ, ଝୁମ୍ପୁରା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ହରିଭକ୍ତ କୁନା ଗିରି, ଉପ ସଭାପତି ଟୁନା ବାରିକ, ଛାତ୍ର ସଭାପତି ଭାଗୀରଥି ପ୍ରଧାନ, ଜିଲା ସଂପାଦକ ରାଧା ପଟ୍ଟନାୟକ, ବ୍ଲକ ମହିଳା ସଭାପତି ନଳିନୀ ମହାନ୍ତ, ଏସ୍‍ କେ ସଫିକ, ଅକ୍ଷୟ ମହାକୁଡ, ମହେନ୍ଦ୍ର ସାହୁ, ସୁଶାନ୍ତ ପ୍ରଧାନ ,ବ୍ଲକ ଯୁବ ସାଧାରଣ ସଂପାଦକ ମୁନା ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ।

ପ୍ରତିଷ୍ଠା ଦିବସରେ ଯୋଗଦାନ କରିଥିବା ବିଜୁ ଜନତା ଦଳର କର୍ମକର୍ତ୍ତମା ମାନେ ତାଙ୍କ ବକ୍ତବ୍ୟରେ କହିଲେ ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡିଶାରେ ବିଜୁ ଜନତା ଦଳ ଭାବେ ଆଞ୍ଚଳିକ ଦଳକୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛି। ଦଳ ଗଠନ ହେବା ପରେ ରାଜ୍ୟର ଶାସନ ଭାର ନେଇ କିପରୀ ଓଡିଶାରେ ଜନହିତ କର ଯୋଜନା ପ୍ରସ୍ତୁତ କରିବା ସହିତ ସରକାର କରିଥିବା ଯୋଜନା ଗୁଡିକ ପ୍ରତି ପରିବାର ପାଖରେ କିପରି ପହଞ୍ଚି ପାରିବ। ସରକାର କରିଥିବା ଯୋଜନା ଗୁଡିକରେ ଓଡିଶାର ସମସ୍ତ ପରିବାର ଯେପରି ସାମିଲ ହୋଇ ପାରିବେ ସେଥିପ୍ରତି ସ୍ୱତନ୍ତ ଦୃଷ୍ଟି ଦେଇ କାର୍ଯ୍ୟକରି ଆସୁଛନ୍ତି। ନବୀନ ବାବୁଙ୍କ ସୁଶାସନ ପାଇଁ ଓଡିଶା ଆଜି ବିକାଶ ପଥରେ ଆଗେଇ ଚାଲିଛି। ତାଙ୍କ ହାତ ମୁଠାକୁ ଅଧିକ ଶକ୍ତ କରିବା ପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ଦରକାର ବୋଲି କହିଥିଲେ। ସରକାର ସମସ୍ତଙ୍କ ସ୍ୱାସ୍ଥ୍ୟ ସେବା ନିମନ୍ତେ ସ୍ୱାସ୍ଥ୍ୟ କାର୍ଡ ଠାରୁ ଆରମ୍ଭ କରି ଶିକ୍ଷା, ଶିଳ୍ପ, ନିଯୁକ୍ତି, ଖାଦ୍ୟ ନିରାପତ୍ତା , ଅସହାୟକୁ ସହାୟତା, ଗରିବାଙ୍କୁ ବିଜୁ ପକ୍କାଘର ପ୍ରତି ବିଶେଷ ଧ୍ୟାନ ଦେଇ କାର୍ଯ୍ୟ କରିଚାଲିଛନ୍ତି ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦାନା କରିଥିବ ବିଜୁ ଜନତା ଦଳର କର୍ମକର୍ତ୍ତମାନେ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ବିଜୁ ଜନତା ଦଳର ପ୍ରତିଷ୍ଠା ଉତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ ଝୁମ୍ପୁରା ବ୍ଲକ ବିଜୁ ଜନତା ଦଳର ସକ୍ରିୟ ସଦସ୍ୟ ବୃନ୍ଦ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories