www.samajalive.in
Monday, December 15, 2025
14.1 C
Bhubaneswar

ଗୋପାଳପୁର ଓ ରଙ୍ଗେଇଲୁଣ୍ଡାରେ‌ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳିତ

ଗୋପାଳପୁର: ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ଗୋପାଳପୁର ଏନଏସି ଏବଂ ରଙ୍ଗେଇଲୁଣ୍ଡା ବ୍ଲକରେ ପାଳନ କରାଯାଇଥିଲା। ଏହି ଅବସରରେ ଆଜି ସକାଳେ ଏନଏସି ବିଜେଡି ସଭାପତି ଏ ଜାନକୀ ରାମ ଏବଂ ବ୍ଲକ ବିଜେଡି ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସଙ୍କ ନେତୃତ୍ବରେ ଗୋପାଳପୁର ଠାରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ଥାନୀୟ ଜରା ନିବାସ ପରିସରରେ ଅନ୍ତେବାସୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ଅପରାହ୍ନରେ ଉଭୟ ଠାରେ ଆୟୋଜିତ ସାଧାରଣ ସଭାରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ।

ଗୋପାଳପୁର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭ୍ୟ ଶଶିଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ଯୋଗ ଦେଇ ବିଜେଡି ଏକ ରାଜନୈତିକ ଦଳ ଭାବରେ ଓଡିଶାରେ ପରିଗଣିତ ନହୋଇ ଏହ ଲୋକଙ୍କ ଦଳ ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ମତପୋଷଣ କରିଥିଲେ।

- Advertisement -

ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ଼ ଗୋପବନ୍ଧୁ ଦାସ, ଏସ.ରାମାରାଓ, ଏ.ଜାନକୀ ରାମ, ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ସାହୁ, କରାପଲ୍ଲୀ ସରପଞ୍ଚ ଏସ ମେନେକା ରେଡ୍ଡୀ, ଏସ ଧର୍ମରାଜ ରେଡ୍ଡୀ, ଏମ ଚନ୍ଦ୍ରଶେଖର, ରାମହରି ପାତ୍ର, ଶିବ ପାତ୍ର, ଲଲଟା ଗୈାଡ, ଇ ଲୋକନାଥ, ବି ମୋହନଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ। ସେହିପର ରଙ୍ଗେଇଲୁଣ୍ଡାରେ ଅନୁଷ୍ଠିତ କାର୍ଯ୍ୟକ୍ରମ‌ ବ୍ଲକ ସଭାପତି ଅଜିତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ର ଙ୍କ ଓଏସଡି ଡ଼ ଗୋପବନ୍ଧୁ ଦାସ, ନଗେନ୍ଦ୍ର ଦଳାଇ, ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ନୀଳମାଧବ ପାତ୍ର, ରୀତା ବେହେରା, ପର୍ଯ୍ୟବେକ୍ଷକ ସିଏଚ.ଭରତ, ମହିଳା ସଭାନେତ୍ରୀ ପି.କମଳାରେଡ୍ଡୀ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର କୋଠୀଆ, ଜିଲ୍ଲା ବିଜେଡ଼ି ଉପସଭାପତି ସିଏଚ. ଦିଲେଶ୍ଵର ରେଡ୍ଡୀ, ବ୍ଲକ ଅଧ୍ୟକ୍ଷା ଚିନି. ଉଷାରାଣୀ, ଜିଲ୍ଲାପରିଷଦ ସଭ୍ୟା ତଥା ରାଜ୍ୟ ମହିଳା ସମ୍ପାଦକ ମଞ୍ଜୁଶ୍ରୀ ଦଳାଇ, ବ୍ଲକ ଉପସଭାପତି ପ୍ରକାଶ ସାମନ୍ତ, ବରିଷ୍ଠ ନେତା ଦୀପକ ସାମନ୍ତ, ବରିଷ୍ଠ ନେତା ଜଗନ୍ନାଥ ସାବତ, କେଳୁଆପଲ୍ଲୀ ସରପଞ୍ଚ ବିଷ୍ଣୁପ୍ରୟା ନାୟକ, ଯୁବନେତା ବାଲ୍ୟ ରାମ ଦଳେଇ, ଯୁବନେତା ଅଜିତ ରାଉଳ, ଦଣ୍ଡ ପାଣିଗ୍ରାହୀ, ଜିତେନ୍ଦ୍ର ରାଉଳ, ଅଭୟ ସାହୁ, ଦଣ୍ଡ ସାହୁ, ଡି. ଚିନ୍ତାମଣି, ପ୍ରକାଶ ଚନ୍ଦ୍ର ରଣା, ଏଚ. ମୋହନ ରାଓ ପ୍ରମୁଖ ଙ୍କ ସମେତ ଶତାଧିକ ମହିଳା, ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories