ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟ୍ୱିଟ୍ ଜରିଆରେ ଶ୍ରୀ ନାଇଡୁ କହିଛନ୍ତି ଅଟଳ ବିହାରୀ ବାଜପେୟୀ ଜଣେ ଲୋକପ୍ରିୟ ସାଂସଦ, ଦକ୍ଷ ପ୍ରଶାସକ, ସୁଲେଖକ, ବକ୍ତା ଏବଂ ସର୍ବୋପରି ଜଣେ ମହାନ୍ ମଣିଷ ଥିଲେ।
ସେ କହିଛନ୍ତି ସ୍ୱର୍ଗତ ବାଜପେୟୀ ଲୋକମାନଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିବା ଲାଗି ବ୍ୟବସ୍ଥାଗତ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରିଥିଲେ। ଗଣତନ୍ତ୍ରକୁ ମଜବୁତ କରିବା ଦିଗରେ ତାଙ୍କ ପଦକ୍ଷେପ ଯୋଗୁଁ ଦେଶ ତାଙ୍କୁ ସବୁ ସମୟରେ ସ୍ମରଣ କରିବ ବୋଲି ସେ କହିଛନ୍ତି।
ଉପରାଷ୍ଟ୍ରପତି ମଧ୍ୟ ଆଜି ମହାନ୍ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ରବାଦୀ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ପଣ୍ଡିତ ମାଲବ୍ୟ ଜଣେ ଶିକ୍ଷାବିତ୍, ବିଦ୍ୱାନ ଏବଂ ସମାଜ ସଂସ୍କାରକ ଥିଲେ। ତାଙ୍କର ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିଲା ବୋଲି ଉପରାଷ୍ଟ୍ରପତି କହିଛନ୍ତି।



