www.samajalive.in
Sunday, December 14, 2025
17.1 C
Bhubaneswar

ଉଦ୍ଦେଶ୍ୟ ନୁହେଁ କ୍ଷମତା ଅକ୍ତିଆର, ପରିବର୍ତ୍ତନ ପାଇଁ ସମର୍ପିତ ମୋଦୀ ସରକାର: ଅମିତ ଶାହା

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ସରକାର କେବଳ ସରକାର ଚଳାଇବା ଉଦ୍ଦେଶ୍ୟରେ କ୍ଷମତାକୁ ଆସିନାହାନ୍ତି, ବରଂ ଦେଶକୁ ପରିବର୍ତ୍ତନ ପଥରେ ଆଗେଇ ନେବାକୁ କ୍ଷମତାପନ୍ନ ହୋଇଛନ୍ତି। ସୁ-ଶାସନ ଦିବସ ଅବସରରେ ଶ୍ରୀ ଶାହା କହିଛନ୍ତି, ସୁ-ଶାସନ କହିଲେ ଦେଶର ସବୁ କ୍ଷେତ୍ରରେ ବିକାଶକୁ ଅଗ୍ରାଧିକାର ଦେଇ ସ୍ୱଚ୍ଛତାର ସହ ଆଗକୁ ବଢ଼ିବା ବୁଝାଏ।

ସେ କହିଛନ୍ତି ମୋଦୀ ସରକାର ଦେଶରେ ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହିତ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଲୋକମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସମର୍ଥ ହୋଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ କୃଷି ଏବଂ ଔଦ୍ୟୋଗିକ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି। ଏହା ଛଡ଼ା ଦେଶର ୨ କୋଟିରୁ ଅଧିକ ଲୋକଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି।

- Advertisement -

https://twitter.com/i/broadcasts/1gqxvlWpAmaGBଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଏବେ ୮୦ ପ୍ରତିଶତ ସରକାରୀ କାର୍ଯ୍ୟ ଅନ୍‍ଲାଇନ୍‍ ମାଧ୍ୟମରେ କରାଯାଉଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଅତି କମ୍‍ ସରକାରୀ ହସ୍ତକ୍ଷେପ ଏବଂ ଅଧିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି।

ଡକ୍ଟର ସିଂ କହିଛନ୍ତି ୨୦୧୪ରେ ଲୋକମାନଙ୍କଠାରୁ ୨ ଲକ୍ଷ ଅଭିଯୋଗ ଆସିଥିବା ବେଳେ ଏବେ ସେହି ସଂଖ୍ୟା ୨୫ ଲକ୍ଷ ଅତିକ୍ରମ କରିଛି। ତେବେ ଏପର୍ଯ୍ୟନ୍ତ ୯୫ ପ୍ରତିଶତ ଅଭିଯୋଗର ସମାଧାନ ସରିଥିବା ସେ କହିଛନ୍ତି। ଡକ୍ଟର ସିଂ କହିଛନ୍ତି, ଆସନ୍ତା ବର୍ଷଠାରୁ ସାରା ଦେଶରେ ଏକକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବ। ନ୍ୟାସନାଲ୍‍ ରିକ୍ରୁଟମେଣ୍ଟ ଏଜେନ୍ସୀ ଏହି ପରୀକ୍ଷା ପରିଚାଳନା କରିବ, ଯେଉଁଥିରେ ଯୁବପିଢ଼ିକୁ ଅଧିକରୁ ଅଧିକ କର୍ମସଂସ୍ଥାନ ମିଳିପାରିବ। ଦେଶର ପ୍ରତ୍ୟେକ ଜିଲ୍ଲାରେ ଏହି ଯୋଗ୍ୟତା ପରୀକ୍ଷା ପାଇଁ ଅନ୍ୟୂନ ଗୋଟିଏ ପରୀକ୍ଷାକେନ୍ଦ୍ର ରହିବ। ଯାହା ଫଳରେ ପରୀକ୍ଷାର୍ଥୀମାନଙ୍କୁ ଦୂରଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories