ପାଟଣା: କେନ୍ଦୁଝର ଜିଲ୍ଲା ପିପିଳିଆ ସ୍ଥିତ ଲକ୍ଷ୍ମୀନାରାୟଣ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ବାଳିକା ବିଭାଗର ଜାତୀୟ ସେବା ଯୋଜନା ଶିବିର +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିରାକାର ସ୍ବାଇଁଙ୍କ ଦ୍ଵାରା ଉଦଘାଟିତ ହୋଯାଇଛି। କାର୍ଯ୍ୟକ୍ରମରେ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦୈତାରି ମହାନ୍ତ, ମହିଳା ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ପ୍ରିୟଙ୍କା ଦାସ, ଅଧ୍ୟାପକ ପଙ୍କଜ କୁମାର ଶତପଥୀ, କେଶବ ଚନ୍ଦ୍ର ମହାନ୍ତ, ମୂରଲୀଧର ନାଏକ , ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଜାତୀୟ ସେବା ଯୋଜନାର ମହତ୍ତ୍ଵ ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ।
Popular Categories



