ନୂଆନଈ ଖଲାସୀ ବନ୍ଧ ଭାଙ୍ଗିଲା

0

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ସଂଲଗ୍ନ ପାରକେଣା ଗ୍ରାମ ରାଉତ ସାହି ନିକଟରେ ବଳଙ୍ଗା – ନୂଆନଈ ଖଲାସୀରେ ପନ୍ଦର ଫୁଟ ଓସାରର ଘାଇ ହୋଇଛି । ଏହି ଘାଇ ବାଟ ଦେଇ ପ୍ରବଳ ଜଳ ବୋହି ଯାଇ ପରଜାପଡା ରାୟଖଣ୍ଡି ମହୁରା ଆଦି ପାଞ୍ଚଟି ପଞ୍ଚାୟତର ବହୁ ଧାନଜମି ଜଳମଗ୍ନ ହୋଇପଡିଛି। ଜଳବୁଡି ଯୋଗୁଁ ଧାନଗଛ ପଚିଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଗ୍ରାମବାସୀମାନେ ବାଉଁଶ ବହ୍ଲା ପୋତି କଲକତି ଦଳ ଓ ନଡିଆ ବରଡା ସାହାଯ୍ୟରେ ଜଳ ରୋକିବାକୁ ଉଦ୍ୟମ କରିଥିଲେ। ତେବେ ସେମାନେ ସଫଳ ହୋଇ ପାରି ନାହାନ୍ତି । ଡ୍ରେନେଜ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply