ଆମୱେ ପକ୍ଷରୁ ୨୦୨୪ ସୁଦ୍ଧା ୩୦୦ ନିୟୁତ ଡଲାରରୁ ଅଧିକ ବିଶ୍ୱସ୍ତରୀୟ ନିବେଶ ଘୋଷଣା

ଭୁବନେଶ୍ୱର: ବିଶ୍ୱର ଏକ ନମ୍ବର ପ୍ରତ୍ୟକ୍ଷ ବିକ୍ରେତା କମ୍ପାନୀ ଆମୱେ, ଏହାର ପୋଷଣ ଓ କଲ୍ୟାଣକାରୀ ଉତ୍ପାଦ ବର୍ଗ ସହିତ ଔଦ୍ୟୋଗିକ ଗୋଷ୍ଠୀ ସୃଷ୍ଟି ପାଇଁ ପ୍ରୟାସ ଜରିଆରେ ଭାରତରେ ନିଜର ଅଭିବୃଦ୍ଧି ଧାରା ନିରନ୍ତର ଜାରି ରଖିଛି । କମ୍ପାନୀ ସଂପ୍ରତି ପରବର୍ତ୍ତୀ ରୂପାନ୍ତରଣ ସ୍ତରକୁ ଯିବାକୁ ପ୍ରସ୍ତୁତ, ଏହାର ଗ୍ଲୋବାଲ ସିଇଓ ମିଲିନ୍ଦ ପନ୍ତଙ୍କ ଦ୍ୱାରା ପ୍ରସ୍ତୁତ ସନନ୍ଦ ଆଧାରରେ ଏହା ଅଭିବୃଦ୍ଧି ରଣକୌଶଳ ପୁନଃ ପ୍ରସ୍ତୁତ କରୁଛି । ଔଦ୍ୟୋଗିକତା ସୁଯୋଗ ସୃଷ୍ଟି ଏବଂ ସ୍ୱାସ୍ଥ୍ୟ ଓ କଲ୍ୟାଣ ବର୍ଗରେ ଦୀର୍ଘସୂତ୍ରୀ ମୂଲ୍ୟ ବ୍ୟବସ୍ଥା ସୃଷ୍ଟି କରିବା ଉପରେ ଏହା ପ୍ରଦାନ କରିଆସୁଥିବା ଗୁରୁତ୍ୱ ଅନୁଯାୟୀ ଆମୱେ ନବୋନ୍ମେଷ ଓ ବିଜ୍ଞାନ, ଡିଜିଟାଲ ପ୍ରଯୁକ୍ତି ଏବଂ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ସକାଶେ ୨୦୨୪ ସୁଦ୍ଧା ୩୦୦ ନିୟୁତ ଡଲାରରୁ ଅଧିକ ବିଶ୍ୱସ୍ତରୀୟ ନିବେଶ ପାଇଁ ଯୋଜନା କରିଛି । ଏହି ଅଗ୍ରଣୀ ଉଦ୍ୟୋଗୀ-ନେତୃତ୍ୱକାରୀ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ କମ୍ପାନୀ ଗବେଷଣା ଓ ବିକାଶ, ବିନିର୍ମାଣ ସ୍ୱୟଂଚାଳନା, ନବୋନ୍ମୋଷ ଏବଂ ବିଜ୍ଞାନକୁ ପ୍ରୋତ୍ସାହିତ କରିବା ତଥା ଭାରତରେ ଡିଜିଟାଲ ସାମର୍ଥ୍ୟକୁ ସୁଦୃଢ କରିବା ସକାଶେ ୨୦ ନିୟୁତ ଡଲାରରୁ ଅଧିକ (୧୭୦ କୋଟି ଟଙ୍କା) ନିବେଶ କରିବାକୁ ଘୋଷଣା କରିଥିଲା ।
ଆମୱେ ଗ୍ଲୋବାଲ ସିଇଓ, ମିଲିନ୍ଦ ପନ୍ତ କହିଛନ୍ତି, ଆମୱେର ବିଶ୍ୱସ୍ତରୀୟ ଅଭିବୃଦ୍ଧି ଧାରା ସ୍ୱାସ୍ଥ୍ୟ ଓ କଲ୍ୟାଣ ଏବଂ ଔଦ୍ୟୋଗିକତା ଉପରେ ଦୃଷ୍ଟିନିବଦ୍ଧ କରୁଛି । ସଂପ୍ରତି ଔଦ୍ୟୋଗିକତାର ଯେଭଳି ଭାବରେ ଗଣତାନ୍ତ୍ରିକିକରଣ କରାଯାଉଛି ତାହା ପୂର୍ବରୁ କେବେ ହୋଇନଥିଲା । ନିଯୁକ୍ତି ଦୃଶ୍ୟପଟ୍ଟରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଏବଂ ଆଗ୍ରହପୂର୍ଣ୍ଣ ଅର୍ଥନୀତିର ଉତ୍‍ଥାନ ଫଳରେ ଔଦ୍ୟୋଗିକତା ଅନ୍ୟତମ ପସନ୍ଦଯୋଗ୍ୟ ବିଷୟ, ବିଶେଷକରି ମହିଳା ଏବଂ ଯୁବବର୍ଗଙ୍କ ନିମନ୍ତେ ହୋଇଛି । ଆମୱେ ଏକ ସୁସଂହତ ପରିବ୍ୟବସ୍ଥା ସୃଷ୍ଟି ଜରିଆରେ ସେହି ଆକାଂକ୍ଷୀ ଉଦ୍ୟୋଗୀମାନଙ୍କୁ ସେମାନଙ୍କ ପୃଷ୍ଠଭୂମି, ଶିକ୍ଷାଗତ ଯୋଗ୍ୟତା ଅଥବା ଆର୍ଥିକ ପରିସ୍ଥିତି ନିର୍ବିଶେଷରେ ସେମାନଙ୍କର ଆଗ୍ରହ ଏବଂ ଇଛା ମୁତାବକ ବ୍ୟବସାୟର ମାଲିକ ହେବା ଏବଂ ତାହା ପରିଚାଳନା କରିବା ନିମନ୍ତେ ସୁଯୋଗ ଯୋଗାଇ ଦେଇ ଏହି ଅଭିବୃଦ୍ଧିଶୀଳ ଧାରାର ସଦୁପଯୋଗ କରୁଛି ।

kalyan agarbati

Comments are closed.