www.samajalive.in
Monday, December 15, 2025
14.1 C
Bhubaneswar

ପଡିକାର୍ଡ ସ୍ଥାନାନ୍ତରକୁ ଗୁରୁତ୍ବ ଦେଉ ନାହାନ୍ତି ଯୋଗାଣ ନିରୀକ୍ଷକ

ପାଟଣା: ପାଟଣା ଥାନା ଅନ୍ତର୍ଗତ ସିଲିପଦା ଗ୍ରାମର ପ୍ରଭାତୀ ପାତ୍ର ନାମ୍ନୀ ଜଣେ ମହିଳା ତାଙ୍କ ନାମରେ ଥିବା ପଡ଼ିକାର୍ଡକୁ ବାପଘର ହରିଚନ୍ଦନପୁର ବ୍ଲକ ଜିରାଙ୍ଗ ପଞ୍ଚାୟତ ପେଣ୍ଠଡିହି ଠିକଣାରେ ସ୍ଥାନାନ୍ତର କରିବାକୁ ଦୀର୍ଘ ୪ମାସ ହେଲା ସାହାରପଡା ବ୍ଲକ ଯୋଗାଣ ଅଧିକାରୀଙ୍କୁ ଆବେଦନ କରିଥିଲେ ମଧ୍ୟ ତାଙ୍କ ଦାବିକୁ ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଆଜି ସେ ସାହାରପଦା ବ୍ଳକକୁ ଯାଇଥିବା ବେଳେ ତାଙ୍କ ସ୍ବାମୀ ସେଠାରେ ପହଞ୍ଚି ତାଙ୍କ ସହ ଠେଲା ପେଲା କରିବା ସହ ପଡ଼ିକାର୍ଡ ସ୍ଥାନାନ୍ତର କରାଇ ଦେବେ ନାହିଁ ବୋଲିି ଧମକ ଦେବାରୁ ସେ ସାହାରପଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଦୀର୍ଘ ଆଠ ମାସ ହେଲା ପ୍ରଭାତୀ ବାପ ଘରେ ରହୁଥିବାରୁ ତାଙ୍କ ପଡିକାର୍ଡ଼ ବାପ ଘର ଠିକଣାରେ ସ୍ଥାନାନ୍ତର ପାଇଁ ଦାବି ରଖିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories