ପାପଡାହାଣ୍ଡି : ପାପଡାହାଣ୍ଡି ବ୍ଲକର ଦଳେଇଗୁଡା ଠାରେ ସୋମବାର ଧାନ ମଣ୍ଡିର ଉଦଘାଟନ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ବ୍ଲକ ଉପାଧକ୍ଷ ତ୍ରିନାଥ ପ୍ରଧାନ, ପୂର୍ବତନ ବ୍ଲକ ଅଧକ୍ଷ ସୋମନାଥ ବିଶୋଇ, ଶିବ ପ୍ରସାଦ ଅଗ୍ରୱାଲ, ସୁକେଶ ବେହରା ପ୍ରମୁଖ ଯୋଗଦେଇଥିଲେ । ମଣ୍ଡିରେ ପ୍ରାୟ ୧୫୦୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଆରଏମସି ସୁପରଭାଇଜର ରାଜେନ୍ଦ୍ର ମିଶ୍ର, ଏମଆଇ ପ୍ରିୟ ରଞ୍ଜନ ନାୟକଙ୍କ ଉପସ୍ଥିତିରେ ଧାନର ମାନ ଯାଞ୍ଚ କରି ଧାନ କ୍ରୟ କରାଯାଇଥିଲା।
Popular Categories



