www.samajalive.in
Sunday, December 14, 2025
23.1 C
Bhubaneswar

ପୁଣ୍ୟକର୍ମ ସେବା ସଂଗଠନର ବାର୍ଷିକ ଉତ୍ସବ

ବେଗୁନିଆ : ବେଗୁନିଆ ବ୍ଲକ ନିକଟସ୍ଥ ଡିଙ୍ଗର ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାଙ୍ଗଣରେ ସଚ୍ଚିଦାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ପ୍ରକୃତି ସୁରକ୍ଷା, ଶିକ୍ଷା ସଚେତନତା ଏବଂ ପ୍ରତିଭା ସମ୍ମାନ ଆଦି କାର୍ଯ୍ୟକ୍ରମ ସହିତ ପୁଣ୍ୟକର୍ମ ସେବା ସଂଗଠନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବେଗୁନିଆ ବିଡ଼ିଓ ଲଷ୍ମୀଧର ସାହୁ ମୁଖ୍ୟ ଅତିଥି, ଅଖିଳ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ଉତ୍ତର ଦାୟାଦ ସଂଗଠନର ଜାତୀୟ ସମ୍ପାଦକ ଶିବନାରାୟଣ ମିଶ୍ର, ବିଶିଷ୍ଟ ଅତିଥି ବୋଲଗଡ଼ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରତିକାନ୍ତ ମିଶ୍ର, ମୁଖ୍ୟବକ୍ତା  ଏବଂ ସମ୍ମାନିତ ଅତିଥି ଭାବେ ଶିବପ୍ରସାଦ ଦାସ ସରପଞ୍ଚ, ଡିଙ୍ଗର, ଗୌରାଙ୍ଗ ଚନ୍ଦ୍ର ମଣ୍ଡଳ, ଉପଖଣ୍ଡ ଅଧିକାରୀ(ବିଦ୍ୟୁତ) ଏବଂ ଅକ୍ଷୟ କୁମାର ପ୍ରଧାନ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ପ୍ରକୃତିର ସୁରକ୍ଷା ଓ ଛୋଟ ଛୋଟ ପିଲାମାନଙ୍କର ଶିକ୍ଷା ଓ ପ୍ରତିଭା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିବା ବେଳେ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ଖାତା, କଲମ ଏବଂ ସାଧାରଣ ଜ୍ଞାନ ବହି ବିତରଣ କରଯାଇଥିଲା। ଶିକ୍ଷାବିତ, ସାମ୍ବାଦିକ, ପଥରଶିଳ୍ପୀ ଏବଂ ସମାଜସେବୀ ମାନଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଲଳିତ ନାରାୟଣ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories