www.samajalive.in
Sunday, December 14, 2025
26.1 C
Bhubaneswar

ତୁରୁମୁଙ୍ଗା ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ, ୬୩ ଲିଟର ଚୋରା ମଦ ସହ ୪ ଗିରଫ

ପାଟଣା: କେନ୍ଦୁଝର ଜିଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଆଜି ପାଟଣା ଅବକାରୀ ବିଭାଗ ପକ୍ଷରୁ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢ଼ାଉ କରାଯାଇ ୬୩ ଲିଟର ଚୋରା ମହୁଲି ମଦ ଜବତ କରାଯାଇଛି। ଏହାସହ ବେଆଇନ ମଦ କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ଦାଶରଥିପୁର ଗ୍ରାମରେ ଚାଲିଥିବା ଏକ ଚୋରା ମଦ ଭାଟି ଭାଙ୍ଗିବା ସହ ୩୬୦ କେଜି ମହୁଲ ପୋଚ ନଷ୍ଟ କରି ମଦରନ୍ଧା ସରଞ୍ଜାମ ଜବତ କରିଛି ଅବକାରୀ ବିଭାଗ।

 

- Advertisement -

ଗିରଫ ଅଭିଯୁକ୍ତମାନେ ହେଲେ ଦାଶରଥିପୁର ଗ୍ରାମର ପଦ୍ମାବତୀ ମୁଣ୍ଡା, ଗୋଡିପୋଖରୀ ଗ୍ରାମର ଗୀତା ମୁଣ୍ଡା ଓ ସବିତା ରାଣୀ ମୁଣ୍ଡା, କଣ୍ଟିଆପଡା ଗ୍ରାମର ଦେବକୀ ବେହେରା ବୋଲି ଜଣାପଡିଛି। ତେବେ ଘଟଣାରେ ୫ ଟି ମାମଲା ରୁଜୁ ହୋଇଥିବା ବେଳେ ଅବକାରୀ ବିଭାଗ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଚଢ଼ାଉରେ ପାଟଣା ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇଙ୍କ ସହ ଚମ୍ପୁଆ ଓ ଝୁମ୍ପୁରା ଅବକାରୀ ବିଭାଗର କର୍ମଚାରୀ ସାମିଲ ଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories