www.samajalive.in
Sunday, December 14, 2025
19.1 C
Bhubaneswar

ପୂର୍ବତନ ସାଂସଦ ଉପେନ୍ଦ୍ର ନାଥଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ ପ୍ରକାଶ

ପାଟଣା: କେନ୍ଦୁଝର ଲୋକସଭା ଆସନର ପୂର୍ବତନ ସାଂସଦ ଉପେନ୍ଦ୍ର ନାଥ ନାୟକଙ୍କର ଆଜି ୭୩ବର୍ଷ ବୟସରେ ପରଲୋକ ଘଟିଛି। ପୂର୍ବତନ ସାଂସଦଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
୧୯୪୮ ମସିହା ଜାନୁଆରୀ ୯ତାରିଖରେ ଜନ୍ମ ଗ୍ରହଣ କରିଥିବା ଉପେନ୍ଦ୍ର ନାଥ ଶିକ୍ଷା ସମାପ୍ତ ପରେ ତେଲକୋଇ ଏବଂ ଘଟଗାଁ ଅଞ୍ଚଳରେ ଉଚ୍ଚ ପ୍ରାଥମିକ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ଚାକିରିରୁ ଇସ୍ତଫା ଦେଇ ସେ ବିଜେପିରେ ଯୋଗ ଦେବା ସହ ୧୯୯୮ ମସିହା ଦ୍ବାଦଶ ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ହେଲେ ବାଜପେୟୀ ସରକାରଙ୍କ ପତନ ଯୋଗୁଁ ସ୍ୱଳ୍ପ କାଳୀନ ସାଂସଦ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏବେ ସେ ବିଜୁ ଜନତା ଦଳରେ ଥିଲେ। ଦୀର୍ଘ ଦିନ ଧରି ସେ ବୃକକ ଆକ୍ରାନ୍ତ ହୋଇ ଚିକିତ୍ସାରେ ଥିବାବେଳେ ଆଜି ଦିନ ସାଢ଼େ ୧ଟା ସମୟରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ଶାନ୍ତିଲତାଙ୍କ ସମେତ ତାଙ୍କ ଭାଇ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।

ପୂର୍ବତନ ସାଂସଦ ଉପେନ୍ଦ୍ର ନାଥ ନାୟକଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତ ଡଳଙ୍ଗପାଣି ଗ୍ରାମରେ ତାଙ୍କର ଶେଷ ଦର୍ଶନ ପାଇଁ ଶୁଭେଚ୍ଛୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜିଲା ବିଜୁ ଜନତା ଦଳ ସଭାପତି ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ସଦର ବିଧାୟକ ମୋହନ ମାଝୀ, ଜିଲା ବିଜେଡ଼ି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ନଦୀ ସୁରକ୍ଷା ସମିତି ସଭାପତି ମହେଶ୍ୱର ସାହୁ, ପୂର୍ବତନ ଜିଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ, ଘଷିପୁରାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ବିଜେଡ଼ି ଏସସି ସେଲ ସଭାପତି ଭରତ ଚନ୍ଦ୍ର ପାତ୍ର, ସାମାଜିକ କର୍ମୀ ମୁକ୍ତାର ଅହମ୍ମଦ, ବିଜେପି ନେତା ସୁବ୍ରତ ମହାନ୍ତି ଓ କିରଣ ବାଳା ନାୟକ, ଜିଲା ପରିଷଦ ସଦସ୍ୟା ସୁମିତ୍ରା ମହାନ୍ତ, ସାମାଜିକ କର୍ମୀ କୁଳମଣୀ ମଣ୍ଡଳ, ଜିଲା ବିଜେପି ମହିଳା ସଭାନେତ୍ରୀ ମମତା ସିଂହ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂହ, ମୁକ୍ତାପୁର ସରପଞ୍ଚ ରଜତ କୁମାର ନାୟକ ପ୍ରମୁଖ ବିଭିନ୍ନ ଦଳରୁ ବହୁ ନେତା ଓ କର୍ମୀ ତାଙ୍କର ଶେଷ ଦର୍ଶନ କରିଛନ୍ତି। ତାଙ୍କ ବିୟୋଗରେ ପୂର୍ବତନ ସାଂସଦ ଅନନ୍ତ ନାୟକ, ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ପାଟଣା ବିଧାୟକ ହୃଷୀକେଶ ନାଏକ, ମନ୍ତ୍ରୀ ଇଂ.ପ୍ରେମାନନ୍ଦ ନାଏକ, ଗୋଣ୍ଡ ସମାଜର ଉଗ୍ରସେନ ନାୟକ ଓ ହରେକୃଷ୍ଣ ନାୟକ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଆଜି ସନ୍ଧ୍ୟାରେ ପୈତୃକ ଗ୍ରାମ ଡଳଙ୍ଗପାଣି ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସେ ନିଃସନ୍ତାନ ଥିବାବେଳେ ସମ୍ପର୍କୀୟ ନାତି ଦିଲ୍ଲୀପ ନାୟକ ମୁଖାଗ୍ନୀ ଦେଇଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories