www.samajalive.in
Sunday, December 14, 2025
23.1 C
Bhubaneswar

ଲଇଡା କଲେଜରେ ଭଙ୍ଗାରୁଜା କଲେ ଦୁର୍ବୃତ୍ତ; ଚିରି ଫିଙ୍ଗିଲେ କାଗଜାତ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ର ଇଲଡା ଠାରେ ଥିବା ଦୁତିକା ସାହୁ କଲେଜରେ ଗତକାଲି ରବିବାର ଛୁଟି ଥିବା ବେଳେ କିଛି ଦୁର୍ବୃତ୍ତ ନିଶାଦ୍ରବ୍ୟ ସେବନ କରି ଟିଆରଡବ୍ଲ୍ୟୁ ଛାତ୍ରୀ ନିବାସ ପାର୍ଶ୍ବରେ ଥିବା ଫାଟକ ଭାଙ୍ଗି କଳେଜ ହତାକୁ ପ୍ରବେଶ କରିଥିଲେ। ଏହାପରେ ୧ନମ୍ବର ଏବଂ ୩ନମ୍ବର କୋଠରୀର ଝରକା କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଏହାପରେ ସେମାନେ କୋଠରୀ ଭିତରେ ଥିବା ପ୍ରାକ୍ଟିକାଲ୍ ଖାତା ଓ ଅନ୍ୟାନ୍ୟ କାଗଜାତ ଚିରି ଦେଇ ଫିଙ୍ଗି ଫୋଡାଡି ଦେଇଥିଲେ ବୋଲି କଳେଜ ଅଧ୍ୟକ୍ଷ ଡ.ବସନ୍ତ କୁମାର ନାଏକ କତରବଗାଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପ୍ରାକ୍ଟିକାଲ୍ ଖାତା ଚିରି ଫୋଫାଡି ଦେଇ କୋଠରୀ ଭିତରକୁ ବିଦେଶୀ ମଦ ବୋତଲ ଫିଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। କୋଠରୀ ଭିତରେ ଭଙ୍ଗା ମଦ ବୋତଲର କାଚ ଟୁକୁଡା ପଡିଥିବାର ଦେଖିବାକୁ ମିଳିଛି। ଥାନାରେ ଏତଲା ଦିଆଯିବା ପରେ ପୁଲିସ କଳେଜ ପରିସରକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାକୁ ନେଇ ସଚେତନ ନାଗରିକ, ଅଭିଭାବକ ତଥା ଶିକ୍ଷାପ୍ରେମୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories