www.samajalive.in
Monday, December 15, 2025
15.1 C
Bhubaneswar

ବଳଭଦ୍ରଙ୍କ ହସ୍ତକ୍ଷେପ ପରେ ଲାଗିଲା ଟ୍ରାନ୍ସଫରମର

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମୋହରା ପଂଚାୟତ ଅନ୍ତର୍ଗତ ପୂଜାରୀଗୁଡା ଓ ଫଟକି ପଂଚାୟତ ଅନ୍ତର୍ଗତ ତିଲିମାଲ ଗ୍ରାମରେ ଦୀର୍ଘ ଦିନ ହେଲା ବିଦ୍ୟୁତ ଟ୍ରାନ୍ସଫରମର ପୋଡି ଯାଇଥିଲା। ଗାଁ ଲୋକେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଟ୍ରାନ୍ସଫରମର ଲାଗିପାରୁ ନଥିଲା। ଗ୍ରାମରେ ଅଧିକ ବିଦ୍ୟୁତ ଗ୍ରାହକ ଥିବାବେଳେ ୭୩ କେଭି ମେସିନ ଲୋଡ଼ ନେଇପାରୁନଥିଲା। ବିଦ୍ୟୁତ ବିଭାଗୀୟ ଅଧିକାରୀମାନେ ଗ୍ରାମରେ ଥିବା ଗ୍ରାହକଙ୍କ ବକେୟା ବିଲ ପୈଠ କଲେ ଟ୍ରାନ୍ସଫରମର ଅଣାଯିବ ବୋଲି ଗ୍ରାମବାସୀଙ୍କୁ କହୁଥିଲେ।

ଖବର ପାଇ ରାଜ୍ୟ ଭାଜପା ଉପସଭାପତି ତଥା ପୂର୍ବତନ ସାଂସଦ ଇଂ.ବଳଭଦ୍ର ମାଝୀ ଏବଂ ସମାଜସେବୀ ଦିଲୀପ ଦାସ ନବରଙ୍ଗପୁର ଯାଇ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଯଥାଶୀଘ୍ର ପୂଜାରୀଗୁଡା ଓ ତିଲିମାଲ ଗ୍ରାମରେ ନୂତନ ଟ୍ରାନ୍ସଫରମର ଲଗାଇବା ପାଇଁ ଦାବି କରିଥିଲେ। ଏହା ସହିତ ପୂଜାରୀଗୁଡା ଗ୍ରାମରେ ଲାଗିଥିବା ୭୩ କେଭି ଟ୍ରାନ୍ସଫରମରକୁ ହଟାଇ ୧୦୦-କେଭି ଟ୍ରାନ୍ସଫର୍ମର ଲଗାଇବାକୁ କହିଥିଲେ।

- Advertisement -

ନିର୍ବାହୀ ଯନ୍ତ୍ରୀ ଜୟପୁରରୁ ଟ୍ରାନ୍ସଫରମର ଆସିଲେ ଲଗାଯିବ ତେଣୁ କିଛିଦିନ ବିଳମ୍ବ ହେବ ବୋଲି କହିବା ପରେ, ସମାଜସେବୀ ଦିଲୀପ ଦାସ ନିଜ ଖର୍ଚ୍ଚରେ ଗାଡିଭଡା କରି ମେସିନ ନେବା ପାଇଁ କହି ଶନିବାର ନିଜ ପ୍ରଚେଷ୍ଟା ଓ ଖର୍ଚ୍ଚରେ ମେସିନ ଆଣି ପୂଜାରୀଗୁଡାରେ ଲଗାଇଥିଲେ। ଖୁବ କମ ଦିନରେ ନୂତନ ବିଦୂତ ଟ୍ରାନ୍ସଫରମର ଲାଗିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯିବା ସହ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ଦିଲୀପ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories