www.samajalive.in
Sunday, December 14, 2025
23.1 C
Bhubaneswar

ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ

ବାଙ୍କୀ: ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ରବିବାର ଦିନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରେସନକାର୍ଡ ଧାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ ବାଙ୍କୀ ସହରର ପ୍ରାୟ ୨୯୦୦ଜଣଙ୍କୁ ଏହି ଯୋଜନାରେ କାର୍ଡ ବଣ୍ଟନର ବ୍ୟବସ୍ଥା ଓ ସୁବିଧା କରାଯାଇଥିବା ସମ୍ପର୍କରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଶୁଭାରମ୍ଭ ଅବସରରେ ପ୍ରକାଶ କରିଛନ୍ତି। ସ୍ଥାନୀୟ ଶିଶୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଧାୟକ ଶ୍ରୀ ତ୍ରିପାଠୀ ଏହି ଯୋଜନା ନବୀନ ପଟ୍ଟନାୟକଙ୍କର ଏକ ପ୍ରତିବର୍ଦ୍ଧିତା ଓ ଗରୀବ ଜନସାଧାରଣଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାର ପ୍ରୟାସ ବୋଲି କହିଥିଲେ।

ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ସୌଜନ୍ୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ପଲ୍ଲବୀ ବେହେରା,ଗ୍ରାମ ମୁରବୀ ମେଘନାଦ ରାଉତ,ସମାଜସେବୀ ଗିରିଧାରୀ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ସେହିପରି ଆଜି ସାହାଡାପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଚର୍ଚ୍ଚିକା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଯଥାକ୍ରମେ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି। ବାଙ୍କୀ ଏନ.ଏ.ସି ପଦାଧିକାରୀ ରଶ୍ମିତ କୁମାର ରାଉତ, ପ୍ରଶାନ୍ତ କୁମାର ବେହେରା, ଅଭିଜିତ୍‍ ଖଟୁଆ, ରମେଶ ଚନ୍ଦ୍ର ସେଠୀ, ଗଗନ ବିହାରୀ ପଲାଉର, ଦେବାଶିଷ ମହାନ୍ତି, ରୁଦ୍ର ପତି, ବିଜୟ କୁମାର ରାଜ ଏବଂ ପ୍ରମୋଦ କୁମାର ବାରିକ ପ୍ରମୁଖ ଶିଶୁଆ, ସାହାଡାପଦା ଏବଂ ଚର୍ଚ୍ଚିକା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଡ ବଣ୍ଟନ କେନ୍ଦ୍ରରେ ଉପସ୍ଥିତ ରହି ପରିଚାଳନା କରିଥିଲେ। ସ୍ଥାନୀୟ ନେତା ସୁବାଷ ଚନ୍ଦ୍ର ପାଢୀ, ସନାତନ ବେହେରା, ବିକଳ ଗୋଚ୍ଛି, ପୂର୍ବତନ ଅଧ୍ୟକ୍ଷ ଅକ୍ଷୟ କୁମାର ପ୍ରଧାନ, ସୌମେନ୍ଦ୍ର ମିଶ୍ର, ଯୁବ ନେତା ସନ୍ତୋଷ ରଣା ପ୍ରମୁଖ ସହଯୋଗ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories