www.samajalive.in
Sunday, December 14, 2025
19.1 C
Bhubaneswar

ପଶୁସମ୍ପଦର ସୁରକ୍ଷା ପାଇଁ ଆସିଲା ଗୋଟ୍ ପକ୍ସ ଟିକା

ଭୁବନେଶ୍ୱର: ଦେଶରେ ପଶୁ ସମ୍ପଦର ସୁରକ୍ଷା ପାଇଁ ଅଗ୍ରଣୀ ଟିକା ନିର୍ମାତା ଇଣ୍ଡିଆନ୍ ଇମ୍ୟୁନୋଲୋଜିକାଲ୍ସ ଲିମିଟେଡ ‘ଗୋଟ୍ ପକ୍ସ ଭାକ୍ସିନ୍‌’ର ଶୁଭାରମ୍ଭ କରିଛି । ଏହି ଟିକା ସହାୟତାରେ ଦେଶରେ ଛେଳିମାନଙ୍କୁ ଆକ୍ରାନ୍ତ କରୁଥିବା ଗୋଟ୍‍ ପକ୍ସ ରୋଗର ନିୟନ୍ତ୍ରଣ କରାଯାଇପାରିବ । ଏହା ଦ୍ୱାରା ଆମ ଦେଶରେ ପଶୁସମ୍ପଦ ପାଳନ ଉପରେ ନିର୍ଭରଶୀଳ ବ୍ୟକ୍ତିମାନେ ଅର୍ଥନୈତିକ ଭାବରେ ଲାଭବାନ ହୋଇପାରିବେ । ଏକ ଆକଳନ ଅନୁଯାୟୀ ଭାରତରେ ପ୍ରାୟ ୧୫୦ ନିୟୁତ ଛେଳି ରହିଛନ୍ତି ଓ ଏହି ରୋଗ ଏସିଆ, ଆଫ୍ରିକା, ମଧ୍ୟପ୍ରାଚ୍ୟର କେତେକ ସ୍ଥାନରେ ଦେଖାଯାଇଥାଏ । ଏହି ରୋଗ ବହୁ ମାତ୍ରାରେ ସଂକ୍ରାମକ ଓ ଏହା ଏରୋସୋଲ୍‌, ଯୋଗାଯୋଗ ଓ ବିଭିନ୍ନ ପ୍ରକାର ଭେକ୍ଟର ଯଥା ମାଛି ଆଦି ମାଧ୍ୟମରେ ବ୍ୟାପିଥାଏ । ଗୋଟ ପକ୍ସ ରୋଗେହେଲେ ୮୫% ପର୍ଯ୍ୟନ୍ତ ମୃତ୍ୟୁ ସମ୍ଭାବନା ରହିଥାଏ । ତେଣୁ ଏହାଦ୍ୱାରା କ୍ଷୁଦ୍ର ପଶୁ ବା ପଶୁସମ୍ପଦ ପାଳନକାରୀମାନଙ୍କୁ ବହୁତ କ୍ଷତି ସହିବାକୁ ହୋଇଥାଏ । ତେବେ ସଂପ୍ରତି ପ୍ରସ୍ତୁତ କରାଯାଇଥିବା ଏହି ଟିକାକୁ ଭେରୋ ସେଲ୍ କଲ୍‌ଚର ଅନୁସାରେ ବିକଶିତ କରାଯାଇଛି । ଭାରତ ସରକାରଙ୍କ କୃଷି ଗବେଷଣା ପରିଷଦ ପକ୍ଷରୁ ଏହାକୁ ସ୍ୱୀକୃତି ପ୍ରଦାନ ସହିତ ଏହାର ବାଣିଜ୍ୟିକ ଉତ୍ପାଦନକୁ ମଧ୍ୟ ପ୍ରାମାଣିତ କରାଯାଇଛି ବୋଲି ଆଇଆଇଏଲର ମ୍ୟାନେଜିଂ ଡାଇରେକ୍ଟର ଡା. କେ ଆନନ୍ଦ କୁମାର କହିଛନ୍ତି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories