www.samajalive.in
Monday, December 15, 2025
27.1 C
Bhubaneswar

ସମାଜର ମୁଖ୍ୟ ସ୍ରୋତର ବାହକ ନାରୀ: ସେମାନଙ୍କ ସ୍ବାବଲମ୍ବନ, ସମାଜକୁ ଦେବ ନୂତନ ଦିଗଦର୍ଶନ

ହରଭଙ୍ଗା: ସମାଜକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନାରୀ ବିଭିନ୍ନ ରୂପରେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ପାରୁଥିବାରୁ ତାକୁ ସମାଜ ର ଅଗ୍ରପୂଜ୍ୟା ବୋଲି ସମ୍ମାନ ଦେବାସହ ସେହି ସମ୍ମାନ କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସବୁ ବର୍ଗରେ ଚେଷ୍ଟା ରହିବା ଉଚିତ୍ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବୀରନରସିଂହପୁର ନର୍ସରୀ ଠାରେ ଆୟୋଜିତ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବର ଚତୁର୍ଥ ଦିନରେ ନାରୀ ସଶକ୍ତି କରଣ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ଵିନୀ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବି. ଡି.ଓ. ସୁଶ୍ରୀ ସ୍ମିତା ରଥ, ଅ।ର୍କିଟେକ୍ଟ ସୁଶ୍ରୀ ସୁମନ ଷଡ଼ଙ୍ଗୀ ଓ ସ୍ଥାନୀୟ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।

ହରଭଙ୍ଗା ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ବେଣୁଧର ମହାପାତ୍ର ଏହି କର୍ମଶାଳାରେ ନାରୀ ମାନଙ୍କ ସଶକ୍ତି କରଣ, ଲୁକକାୟିତ ପ୍ରତିଭାର ବିକାଶ ତଥା ସ୍ବାବଲମ୍ବୀ ହେବା ପାଇଁ ମାର୍ଗଦର୍ଶନ କରି ଥିଲେ। ମହୋତ୍ସବ କମିଟିର ସଭାପତି ବିଶ୍ୱଜିତ ମିଶ୍ର କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି ଥିଲା ବେଳେ ସଦସ୍ୟ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବୌଦ୍ଧର କଣ୍ଠଶିଳ୍ପୀ ଦେବାଶିଷ ମିଶ୍ର ଓ ହରଭଙ୍ଗାର କଣ୍ଠଶିଳ୍ପୀ ପ୍ରମୋଦିନି ବାଈଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କର୍ମଶାଳାରେ ବିଭିନ୍ନ ପଞ୍ଚାୟତରୁ ମହିଳା ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ। ଶେଷରେ ସଙ୍ଗୀତଜ୍ଞ ବ୍ରହ୍ମା କୁମାର ଏବଂ ସାଥୀ ସଙ୍ଗୀତ ପରିବେଷଣ କରି ଥିଲେ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories