www.samajalive.in
Monday, December 15, 2025
17.1 C
Bhubaneswar

ବୌଦ୍ଧ ପୌରାଞ୍ଚଳର ବିକାଶ ନେଇ ୫ଟି ସଚିବଙ୍କ ସମୀକ୍ଷା

ବୌଦ୍ଧ: ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ସହରାଞ୍ଚଳ ଗୁଡିକର ଦ୍ରୁତ ବିକାଶ ହେଉଅଛି। ଜିଲାସ୍ତରରେ ଏହି ଯୋଜନା ଗୁଡିକର ସଫଳ କାର୍ଯ୍ୟକାରୀତା ନେଇ ୫ଟି ସଚିବ ଭି.କେ. ପାଣ୍ଡିଆନ ଆଭାସି ଜରିଆରେ ବୌଦ୍ଧ ପୌରାଞ୍ଚଳର ବିକାଶ ନେଇ ସମୀକ୍ଷା କରିଛନ୍ତି। ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବିଧାୟକ ପ୍ରଦିପ କୁମାର ଅମାତ, ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର, ଉପଜିଲାପାଳ ସନତ କୁମାର ନାଏକ, ଏନଏସିର ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, ସାଂସଦ ପ୍ରତିନିଧି ତାରେଣି ମହାପାତ୍ର, ପୂର୍ବତନ ଏନଏସି ଅଧ୍ୟକ୍ଷା ଦିପ୍ତିପ୍ରଭା ସ୍ୱାଇଁଙ୍କ ସମେତ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଓ ବିଭିନ୍ନ ୱାର୍ଡର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ବୈଠକରେ ଅନେକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାଯାଇଛି। ବୌଦ୍ଧ ପାଇଁ ନୂତନ ବସଷ୍ଟାଣ୍ଡ ନିର୍ମାଣକୁ ରାଜ୍ୟ ସରକାର ମଂଜୁରୀ ପ୍ରଦାନ କରିବା ସହିତ ୧୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିବାବେଳେ ବାଇପାଶ ରାସ୍ତାରେ ବିଜୁ ପଟ୍ଟନାୟକ ଛକ ନିକଟରେ ପ୍ରସ୍ତାବିତ ମଡେଲ ବସଷ୍ଟାଣ୍ଡ ସମସ୍ତ ଆଧୁନିକ ସୁବିଧା ସହିତ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜଣାଯାଇଛି। ସେହିପରି ବୌଦ୍ଧ ସହରର ସମସ୍ତ ରାସ୍ତାକୁ ଆଲୋକୀକରଣ କରାଯାଇଥିବାବେଳେ ଧିରେ ଧିରେ ସହରୀକରଣ ହେଉଥିବା ପାଖାପାଖି ଗ୍ରାମଗୁଡିକରେ ଷ୍ଟ୍ରିଟ ଲାଇଟ ସୁବିଧା ଯୋଗାଇଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ବୌଦ୍ଧରେ ଜାଗା ମିଶନ ଯୋଜନାରେ ୩୨୧ଟି ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇ ୬ ଗୋଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରୀଣ କରାଯାଉଅଛି। ଏହି ବସ୍ତିଗୁଡିକରେ ପକ୍କା ରାସ୍ତା ସାଙ୍ଗକୁ ପାନୀୟଜଳ, ବିଦ୍ୟୁତ, ଡ୍ରେନେଜ ତଥା ପାଇଖାନା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଯେକୌଣସି ସହର ପାଇଁ ପରିମଳ ବ୍ୟବସ୍ଥା ଅଧିକ ଗୁରୁତ୍ୱପୁର୍ଣ୍ଣ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏନଏସି ପକ୍ଷରୁ ୱେଲଥ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ମିଶନ ଶକ୍ତିର ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଯିବାକୁ ସେମାନଙ୍କ ଦ୍ୱାରା ବ୍ୟାଟେରୀଚାଳିତ ଗାଡି ଯୋଗେ ଘରକୁ ଘର ଅଳିଆ ସଂଗ୍ରହ ଗାଡି ଚଳାଇବା, ଜୈବକ ଖତ ଉତ୍ପାଦନ, ଶୁଖିଲା ବର୍ଯ୍ୟବସ୍ତୁ ପୃଥୀକରଣ କରାଯାଇ ସେମାନଙ୍କର ଆର୍ଥିକ ବିକାଶ ସହିତ ରାଜସ୍ୱ ବୃଦ୍ଧିରେ ସହାୟକ ହୋଇପାରୁଛି।

- Advertisement -

କରୋନା ମହାମାରୀ ସମୟରେ କାମଧନ୍ଦାକୁ ନେଇ ଲୋକମାନେ ଚିନ୍ତାରେ ରହିଥିବାବେଳେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଜରିଆରେ ବୌଦ୍ଧରେ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇ ୧୫ ହଜାରରୁ ଊର୍ଦ୍ଧ୍ବ ଶ୍ରମଦିବସ ସୃଷ୍ଟି କରାଯାଇପାରିଛି। ସେହିପରି ବୌଦ୍ଧ ସହରର ୪୦୨୭ ପରିବାରକୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦିଆଯାଇଛି। ମହାନଦୀ ମଧ୍ୟରେ ବିଛିନ୍ନ ହୋଇ ରହିଥିବା ଏନଏସିର ୨ ଗୋଟି ୱାର୍ଡକୁ ସବୁଦିନିଆ ଯୋଗାଯୋଗ ପାଇଁ ବିଧାୟକ ଶ୍ରୀଅମାତଙ୍କ ଉଦ୍ୟମକ୍ରମେ ନିର୍ମାଣାଧିନ ମର୍ଜାକୁଦ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ମୁଖ୍ୟମନ୍ତ୍ରୀ ଏହି ସେତୁ ନିର୍ମାଣ ପାଇଁ ସ୍ୱତନ୍ତ୍ର ଅନୁଦାନ ଯୋଗାଇଦେଇଥିବାରୁ ବୌଦ୍ଧବାସୀଙ୍କ ପକ୍ଷରୁ ବିଧାୟକ ଶ୍ରୀଅମାତ କୃତଜ୍ଞତା ପ୍ରକାଶ କରିଥିଲେ। ସହରବାସୀଙ୍କ ଚିତ୍ତବିନୋଦନ ପାଇଁ ସ୍ମାର୍ଟ ପାର୍କ ନିର୍ମାଣ, ଆଦର୍ଶ ଶ୍ମସାନ ନିର୍ମାଣ କାର୍ଯ୍ୟ ଜାରିରହିଛି। ବୌଦ୍ଧରେ ରାଜତନ୍ତ୍ରର ଐତିହ୍ୟବହନ କରୁଥିବା ଗଡଖାଇ(ଜରିଖଣ୍ଡି) ର ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀ ଅର୍ଥ ମଂଜୁର କରିଥିବାରୁ ଜିଲାବାସୀଙ୍କ ପକ୍ଷରୁ ବୈଠକରେ କୃତଜ୍ଞତା ପ୍ରକାଶ କରାଯାଇଛି।

ସହରର ୨୦ ଗୋଟି ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ୨ କୋଟି ଟଙ୍କା ମଂଜୁର ହୋଇଥିବାବେଳେ ଆଉ କିଛି ରାସ୍ତାର ଉନ୍ନତିକରଣ ପାଇଁ ମଧ୍ୟ ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇଛି। ଜିଲାବାସୀଙ୍କ ପାଇଁ ସବୁଠାର ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ବୌଦ୍ଧ ସହରକୁ ମୁନସିପାଲିଟି ମାନ୍ୟତା ଓ ଅନ୍ୟ ପ୍ରସ୍ତାବିତ ଏନଏସି ଘୋଷଣା ପାଇଁ ବିଧାୟକ ଶ୍ରୀଅମାତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ବୌଦ୍ଧ ସହରର ବିକାଶ ପାଇଁ ବିଭିନ୍ନ ଯୋଜନାରେ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଥିବାବେଳେ ବିକାଶ କାର୍ଯ୍ୟ ମଧ୍ୟ ତ୍ୱାରାନ୍ୱିତ ହୋଇଛି। ସମୀକ୍ଷା ବୈଠକରେ ୫ଟି ସଚିବ ଶ୍ରୀପାଣ୍ଡିଆନ ବୌଦ୍ଧ ସହରାଞ୍ଚଳର ବିକାଶ କାର୍ଯ୍ୟ ନେଇ ସନ୍ତୋଷ ପ୍ରକାଶ କରିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିବା ଜଣାଯାଇଛି। ଏହି ବୈଠକ ପରେ ବୌଦ୍ଧ ସହରାଞ୍ଚଳର ବିକାଶ ପାଇଁ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର ତାଲିକା ଜିଲାପାଳଙ୍କ ଜରିଆରେ ସରକାରଙ୍କ ନିକଟକୁ ପଠାଯାଇଥିବା ଜଣାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories