www.samajalive.in
Monday, December 15, 2025
14.1 C
Bhubaneswar

ନିଜକୁ ଜିଏସଟି ଅଧିକାରୀ କହି ଗାଡି ଲୁଟ୍ ଅଭିଯୋଗରେ ୭ ଅଦାଲତ ଚାଲାଣ

ବାଲିଚନ୍ଦ୍ରପୁର : ନିଜକୁ ଜିଏସଟି ଅଧିକାରୀଙ୍କ ପରିଚୟ ଦେଇ ଏକ ମାଲ୍ ବୋଝେଇ ଗାଡି ଲୁଟ୍ ଅଭିଯୋଗରେ ୭ ଜଣଙ୍କୁ ବାଲିଚନ୍ଦ୍ରପୁର ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ବାଲିଚନ୍ଦ୍ରପୁର ବଜାର ମଙ୍ଗଳା ମନ୍ଦିର ନିକଟରେ ଷ୍ଟେସନାରୀ ଡିଷ୍ଟ୍ରିବ୍ୟୁଟର ଥିବା ରଞ୍ଜନ ପ୍ରଧାନଙ୍କ ଦୋକାନ ଠାରେ ଏକ ପିକଅପରେ କେନ୍ଦ୍ରାପଡା ଜିଲା ପଟାମୁଣ୍ଡାଇ ଅଞ୍ଚଳରୁ ମାଲ ଆଣାଯାଇ ଖାଲି କରାଯାଉଥିଲା । ସେହି ସମୟରେ ଏକ କାର ଓ ବାଇକରେ ୭ ଜଣ ବ୍ୟକ୍ତି ଆସି ନିଜକୁ ଜିଏସଟି ଅଧିକାରୀର ପରିଚୟ ଦେଇ ଖାଲି ହେଉଥିବା ମାଲର କାଗଜ ପତ୍ର ମାଗିଥିଲେ। ଦୋକାନୀ କାଗଜପତ୍ର ଦେଖାଇବାରେ ବିଳମ୍ବ କରିବାରୁ ଉକ୍ତ ମାଲ୍ ବୋଝେଇ ପିକ୍ଅପକୁ  ଜବତ କରି ଯାଜପୁର ରୋଡ୍ ଅଫିସକୁ ନେଇଯିବାକୁ ସେମାନେ ଦୋକାନୀକୁ କହିଥିଲେ। ଏଥିରେ ଦୋକାନୀ ସହମତି ହେବା ସହ ଗାଡି ନେଇଯିବାକୁ ଅନୁମତି ଦେଇଥିଲେ। ପରେ ଉକ୍ତ ବ୍ୟକ୍ତି ମାନେ ଯାଜପୁର ରୋଡ ନନେଇ ବାଲିଚନ୍ଦ୍ରପୁର-ବଡଚଣା ରାସ୍ତାରେ ନେଇ ଯାଇଥିଲେ। ମାଲ୍ ବୋଝେଇ ପିକ୍ଅପ୍ ସେହି ରାସ୍ତାରେ ଯାଉଥିବା ଖବର ପାଇ ରଞ୍ଜନ ବାଲିଚନ୍ଦ୍ରପୁର ଥାନାକୁ ଜଣାଇଥିଲେ। ତୁରନ୍ତ ଥାନା ପକ୍ଷରୁ ଏକ ଦଳ ସେମାନଙ୍କ ପିଛା କରି ବାଲିଚନ୍ଦ୍ରପୁର-ବଡଚଣା ରାସ୍ତାର ନୁଆହାଟ ନିକଟରେ ଧରିଥିଲେ। ଏହି ମାଲ୍ ବୋଝେଇ ପିକ୍ଅପ୍ ଓ ଏକ କାର ସହ ୭ ଜଣଙ୍କୁ ଥାନାକୁ ଅଣାଯାଇଥିଲା। ପରେ ସେମାନେ ଜିଏସଟି ଅଧିକାରି ନୁହେଁ ବୋଲି ଜଣାପଡିଥିଲା। ଗାଡିର ଚାଳକ ସୁଦାମ ବାରିକଙ୍କ ଲିଖିତ ଅଭିଯୋଗ କ୍ରମେ ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇ ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ଛତିଆ ଗ୍ରାମର ଅସିତ କୁମାର ସାହୁ ଓରଫ ଲିକୁ(୩୬), ପ୍ରଶାନ୍ତ ମଳିକ ଓରଫ ଦୁଖିଆ (୧୯), ସନ୍ଦିପ ରଣା(୨୭), ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ଅନ୍ତର୍ଗତ ବଗଲପୁର ଗ୍ରାମର ଶକ୍ତି ପ୍ରସାଦ ନାୟକ ଓରଫ ପିଣ୍ଟୁ(୩୬) ଓ ଖଣ୍ଡଗିରି ଥାନା ବାହାଦଲପୁର ଗ୍ରାମର କାହ୍ନୁ ଚରଣ ସାହୁ(୩୦), ନୟାଗଡ ଜିଲା ଫତେଗଡ ଥାନା ବାହାଡା ଗ୍ରାମର ମାନସ କୁମାର ଖଟୁଆ, ଜଗତସିଂହପୁର ଜିଲା ନୁଆଗାଁ ଥାନା ଅନ୍ତର୍ଗତ ନୁଆପାଟଣା ଗ୍ରାମର ବିରଞ୍ଚି ନାରାୟଣ ସାହୁ ଓରଫ ରଘୁ(୩୮)ଙ୍କୁ  ଅଦାଲତ ଚାଲାଣ କରାଯାଇଥିବା ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories