www.samajalive.in
Friday, December 12, 2025
19.1 C
Bhubaneswar

ଆରମ୍ଭ ହେଲା ପଞ୍ଚରାର ଡଙ୍ଗର ଯାତ୍ରା

ବୌଦ୍ଧ : ଗଡଜାତର ଆଦିବାସୀ ସଂସ୍କୃତିର ସମାହାର ନେଇ ପାଳିତ ହୋଇଆସୁଛି ଡଙ୍ଗରଯାତ୍ର। ଚୂଡାଖାଇ ଯାତ୍ରା ନାମରେ ପ୍ରସିଦ୍ଧି ଲାଭ କରିଥିବା ଏହି ଯାତ୍ରା ମାର୍ଗଶିର ଶେଷ ଗୁରୁବାର ଠାରୁ ୮ ଦିନ ଧରି ପାଳିତ ହୋଇଥାଏ। ବୌଦ୍ଧ ଗଡଜାତର ଐତିହାସିକ ପୃଷ୍ଠଭୂମି ଅନୁଯାୟୀ ଅଧୁନା ବୌଦ୍ଧ ବ୍ଲକର ମନୁପାଲି, ଖଲିଆପାଲି, କସୁରବନ୍ଧ ଓ ଦହ୍ୟା ପଞ୍ଚାୟତର ୫୨ ଖଣ୍ଡ ଗ୍ରାମକୁ ନେଇ ପଞ୍ଚରା ଅଂଚଳର ପରିଚୟ। ଏହି ଡଙ୍ଗର ଯାତ୍ରା ସମୟରେ ପଞ୍ଚରା ଅଂଚଳର ଗ୍ରାମ ଗୁଡିକ ଉତ୍ସବ ମୁଖର ହୋଇଥାଏ । ପରମ୍ପରା ଅନୁଯାୟୀ ଚାଷୀ ନୂଆଁଧାନର ଚୂଡା ପ୍ରସ୍ତୁତ କରି ନବାହ୍ନ ରୂପରେ ମା’ଙ୍କୁ ଅର୍ପଣ କରିଥାଏ । ଏହି ଅବସରରେ ମା’ଙ୍କ ନିକଟରେ ନୂଆଁ ଝଣ୍ଟା (ଶିମ୍ବ) ଲାଗି କରାଯାଇଥାଏ। ଶେଷ ଗୁରୁବାରରେ ମା’ ମାହେଶ୍ୱରୀ ଓ ଖମସିରୀଙ୍କ ଛତରକୁ ଢୋଲ, ନିଶାନ, ମହୁରୀ ଆଦି ପାରମ୍ପରିକ ବାଦ୍ୟ ସହ ଗ୍ରାମ ପରିକ୍ରମା କରାଯାଇଥାଏ । ଏହି ସମୟରେ ଭକ୍ତମାନେ ବିଭିନ୍ନ ବଳୀ ଭୋଗ ପ୍ରଦାନ କରିବା ସହିତ ମା’ଙ୍କ ଛତରକୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ଛତର ଯାତ୍ରା ସମୟରେ ଗାଁର ଲୋକମାନଙ୍କ ଦ୍ୱାରା ଅଶ୍ଲିଳ ଭାଷା ପ୍ରୟୋଗ ଏକ ନିଆରା ପରମ୍ପରା । ଛତର ଯାତ୍ରା ସମୟରେ ଅଶ୍ଲିଳ ଭାଷା ପ୍ରୟୋଗ ନକେଲ ଗ୍ରାମର ଅମଙ୍ଗଳ ହୁଏ ବୋଲି ଲୋକଙ୍କ ମନରେ ରହିଥିବା ଭକ୍ତିର ଦୃଢ ବିଶ୍ୱାସ ଯୋଗୁଁ ଆଧୁନିକତାର ସଭ୍ୟ ସମାଜରେ ଆଜି ମଧ୍ୟ ଏହି ନିଆରା ପରମ୍ପରା ବଞ୍ଚି ରହିଛି। ବିଭିନ୍ନ ଗ୍ରାମ ଦେଇ ମା’ଙ୍କ ଛତର ପରିକ୍ରମା କରାଯିବା ପରେ ଡଙ୍ଗରକୁ ନିଆଯାଇଥାଏ । କଂଟାମାଳ ବ୍ଲକର ଗୁଡଭେଲି ପଞ୍ଚାୟତ ଅର୍ନ୍ତଗତ ଏହି ଡଙ୍ଗରରେ ପୂଜାର୍ଚ୍ଚନା କରାଯିବା ପରେ ଛତରକୁ ଫେରାଇ ଆଣି ତାଳପଦର ଗ୍ରାମରେ ସ୍ଥାପନ କରାଯାଇଥାଏ। ଡଙ୍ଗର ଭାବରେ ଐତିହାସିକ ପୀଠସ୍ଥଳୀ ଭାବରେ ପ୍ରସିଦ୍ଧି ଲାଭ କରିଥିବା ଏକ ସୂଉଚ୍ଚ ପାହାଡ ଚାରିପଟେ ପ୍ରାକୃତିକ ସୌନ୍ଦର୍ୟ୍ୟ ଭରା ଜଙ୍ଗଲ ଏବଂ ନିକଟରେ ରହିଥିବା ପୁଷ୍କରିଣୀ ଯେକୌଣସି ଦର୍ଶକ ଓ ଗବେଷକଙ୍କୁ ଆକୃଷ୍ଟ କରିଥାଏ। ଅଷ୍ଟମଙ୍ଗଳା ଦିନ ଯାତ୍ରାର ଉଦଯାପନ ପର୍ବ ଜମଟାଙ୍ଗୀ ଠାରେ ଅନୁଷ୍ଠିତ ହୁଏ। ଏହି ଯାତ୍ରାରେ ଗ୍ରାମ ଗୁଡିକରେ ନାଚ, ଗୀତ, ଭୋଜିଭାତର ଆସର ଜମିଥାଏ । ପଞ୍ଚରା ଅଞ୍ଚଳରେ ରହୁଥିବା ଗ୍ରାମବାସୀମାନଙ୍କ ବନ୍ଧୁବର୍ଗ ଏହି ଯାତ୍ରା ଦେଖିବା ପାଇଁ ଭିଡ ଜମାଇଥାନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆବାହମାନ କାଳରୁ ଚାଲିଆସୁଥିବା ପଞ୍ଚରା ଅଞ୍ଚଳର ଏହି ଡଙ୍ଗର ଯାତ୍ରା ଦେଖିବାକୁ ଭିଡ ଜମାଇଥାନ୍ତି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories