www.samajalive.in
Monday, December 15, 2025
14.1 C
Bhubaneswar

ବୟସ ଅନୁସାରେ କିଭଳି ଖାଇବା ଉଚିତ

ଜୀବନ ଧାରଣ ପାଇଁ ଖାଦ୍ୟ ଖାଇବା ଅପରିହାର୍ଯ୍ୟ। ପ୍ରତ୍ୟେକଙ୍କର ଖାଦ୍ୟ ଖାଇବାରେ ଭିନ୍ନତା ରହିଛି। ସଭିଁଏ ନିଜ ସ୍ୱାଦ ଅନୁଯାୟୀ ଖାଇଥାଆନ୍ତି। ଭୋକ ଜରିଆରେ ଆମ ଶରୀର ଆମକୁ ଖାଦ୍ୟ ଖାଇବାକୁ ନିର୍ଦ୍ଦେଶ ଦେଇଥାଏ। କେଉଁ ସମୟରେ କି ଖାଦ୍ୟ ଖାଇବା ଆବଶ୍ୟକ, ତାହା ମଧ୍ୟ ଜାଣିବା ନିତ୍ୟାନ୍ତ ଆବଶ୍ୟକ। ଏହା ସହ ବୟସ ଅନୁଯାୟୀ କିଭଳି ଖାଇବା ଉଚିତ, ତାହା ଜାଣିବା ମଧ୍ୟ ଆବଶ୍ୟକ ଅଟେ। ଜାଣନ୍ତୁ ….କେଉଁ ବୟସରେ ଖାଦ୍ୟର କି ପ୍ରଭାବ ରହିଥାଏ।
୦ – ୧୦ ବୟସ – ଏହି ବୟସରେ ପିଲା ମାନେ ଖୁବ ଶୀଘ୍ର ବଢି ଥାଆନ୍ତି। ଏହି ସମୟରେ ଖାଇଥିବା ଖାଦ୍ୟର ପ୍ରଭାବ ସେମାନଙ୍କର ବଡ଼ ହେବା ପର୍ଯ୍ୟନ୍ତ ରହିଥାଏ। ସଠିକ୍‍ ପରିମାଣରେ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ। ଅଧିକ ପରିମାଣରେ ଖାଇବା ଉଚିତ ନୁହେଁ। ଖାଦ୍ୟର ପରିମାଣ ଉପରେ ହିଁ ଶରୀର ଗଠନ ନିର୍ଭର କରେ। ବାଧ୍ୟବାଧ୍ୟକତାରେ ଖାଇଲେ ତାହା ସ୍ୱାସ୍ଥ୍ୟ ପାଇଁ ହିତ କାରକ ହୋଇ ନଥାଏ।
୨୦ ରୁ ୩୦ – ଏହି ବୟସରେ ସ୍ୱାସ୍ଥ୍ୟରେ ବହୁ ପରିବର୍ତ୍ତନ ହୋଇଥାଏ। ଖାଦ୍ୟପେୟର ମଧ୍ୟ ଭିନ୍ନତା ଆସିଥାଏ। ବଜାରର ଖାଦ୍ୟଦ୍ରବ୍ୟ ଅଧିକ ଖାଇଥାଆନ୍ତି। ଯାହା ଦ୍ୱାରା ଶରୀର ସୁସ୍ଥତା ବିଗିଡ଼ି ଥାଏ। ଏହି ବୟସରେ ପନିପରିବା ଓ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ବହୁ ଲୋକେ ମୋଟାପଣ ନବଢିବା ପାଇଁ ଖାଦ୍ୟର ମାତ୍ରା କମାଇଥାଆନ୍ତି। ଯାହା ବହୁ ରୋଗର କାରଣ ହୋଇଥାଏ। ଅଧିକ ତେଲ ଯୁକ୍ତ ଓ ପାଟି ସ୍ୱାଦ ପାଇଁ ଖାଦ୍ୟ ଖାଇବା ପରିବର୍ତ୍ତେ ଭିଟାମିନ ଏବଂ ଠିକ୍‍ ପରିମାଣରେ ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରହିଥାଏ। ଫଳ ଖାଇବା ମଧ୍ୟ ଆବଶ୍ୟକ ଅଟେ।
୩୦ ରୁ୪୦ – ଏହି ବୟସର ଲୋକଙ୍କ ଜୀବନର କାମର ଅଧିକ ପ୍ରଭାବ ଓ ବିଭିନ୍ନ ଚିନ୍ତା ମଧ୍ୟ ରହିଥାଏ। ତେଣୁ ଏହି ସମୟରେ ଅଧିକ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଫଳ ଅଧିକ ଖାଇବା ଉଚିତ। କଫି ଓ ଚା ବେଶି ପିଇବା ଉଚିତ ନୁହେଁ।
୪୦ ରୁ ୫୦ – ଏହି ବୟସରେ ଲୋକେ ମାନେ ସମସ୍ତ ପ୍ରକାର ଖାଦ୍ୟ ଖାଇବା ଉଚିତ ।
୫୦ରୁ ଉର୍ଦ୍ଧ – ଏହି ସମୟରେ ଲୋକେ ମାନେ ସବୁ ପ୍ରକାର ଖାଦ୍ୟ ଖାଇବା ଉଚିତ ନୁହେଁ। କାରଣ ବୟସ ଅନୁଯାୟୀ ହଜମ ଶକ୍ତି କମି ଯାଏ। ତେଣୁ ସ୍ୱାସ୍ଥ୍ୟକୁ ନଜରରେ ରଖି ଖାଦ୍ୟ ଖାଇବା ଉଚିତ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories