www.samajalive.in
Monday, December 8, 2025
24.1 C
Bhubaneswar

‘୨.୦’ ର ଟିଜର୍‍ ରିଲିଜ୍‍ : ୫୪୪ କୋଟିର ଭିଏଫ୍‍ଏକ୍ସ କାମ ଉଡ଼ାଇବ ହୋସ୍‍

ନୂଆଦିଲ୍ଲୀ : ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘୨.୦’ ର ଦେଢ ମିନିଟ୍‍ର ଟିଜର୍‍ ରିଲିଜ୍‍ ହୋଇଯାଇଛି। ଏହାକୁ ଭାରତର ସବୁଠାରୁ ଅଧିକ ବ୍ୟୟବହୁଳ ଚଳଚ୍ଚିତ୍ର ବୋଲି କୁହାଯାଉଛି। ‘୨.୦’ ଚଳଚ୍ଚିତ୍ର ମାଧ୍ୟମରେ ଅକ୍ଷୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଛନ୍ତି। ଏଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ଅକ୍ଷୟଙ୍କୁ ଡାକ୍ତର ରିଚାର୍ଡ଼ ତଥା କ୍ରାଉ ମେନ୍‍ ଭୂମିକାରେ ଦେଖିବାକୁ ମିଳିବ। ଅପରପକ୍ଷରେ ରବଟ୍‍ ଚିଟ୍ଟି ‘୨.୦’ ରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏହି ଚଳଚ୍ଚିତ୍ର ୨୯ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି।
ଚଳଚ୍ଚିତ୍ରର ବିଶେଷତ୍ତ୍ୱ ହେଉଛି ଏହାର ଭିଏଫ୍‍ଏକ୍ସ କ୍ୱାଲିଟି। ଯାହାକି ଅତି ଚମତ୍କାର ଭାବେ କରାଯାଇଛି। ଭିଏଫ୍‍ଏକ୍ସ କାରଣରୁ ହିଁ ବହୁତ ଥର ଚଳଚ୍ଚିତ୍ର ମୁକ୍ତିଲାଭର ତାରିଖ ବଦଳା ଯାଇଥିଲା। ଭିଏଫ୍‍ଏକ୍ସ ରେ ହଲିଉଡ଼୍‍ ସ୍ତରର କାର୍ଯ୍ୟ ଦେଖିବାକୁ ମିଳିଛି। ଏହାକୁ ୩ଡି ଓ ୨ଡି ରେ ରିଲିଜ୍‍ କରାଯିବ। ଅକ୍ଷୟ କୁମାରଙ୍କ କହିବା ଅନୁସାରେ, ଚଳଚ୍ଚିତ୍ର ନିର୍ମାତା ଭିଏଫ୍‍ଏକ୍ସ ପାଇଁ ୫୪୪ କୋଟି ଟଙ୍କା ବ୍ୟୟ କରିଛନ୍ତି। ଭାରତର ଏହା ପ୍ରଥମ ଚଳଚ୍ଚିତ୍ର ଯେଉଁଥିରେ ଭିଏଫ୍‍ଏକ୍ସ ପାଇଁ ଏତେ ପରିମାଣର ବ୍ୟୟ କରାଯାଇଛି। ‘୨.୦’ କୁ ତାମିଲ ଓ ହିନ୍ଦୀ ଭାଷାରେ ରିଲିଜ୍‍ କରାଯିବା ସହ ଅନ୍ୟ ୧୩ ଟି ଭାଷାରେ ଅନୁବାଦ କରାଯିବ। ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିବା ଜଣାପଡ଼ିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories