www.samajalive.in
Sunday, December 7, 2025
26.1 C
Bhubaneswar

ଚିତ୍ତ ପଲେଇଙ୍କ ମୃତ୍ୟୁ ମାମଲା ; କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି

ପୁରୀ : ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ମହାନିର୍ଦ୍ଦେଶକ ଅଭୟ ନିର୍ଦ୍ଦେଶ ଦେଇଛନ୍ତି।  ଗତକାଲି ପୁରୀ ଏସ୍ପିଙ୍କୁ ସାକ୍ଷାତ କରି କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଥିଲେ ମୃତକଙ୍କ ପରିବାର। ଆଜି ପୁରୀରେ ପହଞ୍ଚିବେ କ୍ରାଇମ ବ୍ରାଞ୍ଚ ଦଳ। ପୁରୀ ସଦର ଥାନାରୁ  ତଦନ୍ତ ଦାୟିତ୍ଵ ଗ୍ରହଣ କରିବେ।  ସଞ୍ଜୟଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଛନ୍ତି ମୃତ ଚିତ୍ତରଞ୍ଜନଙ୍କ ପତ୍ନୀ । ଦୁଇଦିନ ଧରି ଥାନାରେ ସଞ୍ଜୟଙ୍କ ଦୁଇ ସମର୍ଥକ ଜଗନ୍ନାଥ ଓ ଅରୁଣ ଅଟକ ଅଛନ୍ତି ।  ମୃତକଙ୍କ ପୁତୁରା ମଧ୍ୟ ଥାନାରେ ଅଟକ ଅଛନ୍ତି । ଏହାସହ ସମ୍ପୃକ୍ତ ଘଟଣାରେ ପୁଲିସ  ୩୮ ଜଣଙ୍କ ମୋବାଇଲ ରେକର୍ଡ ଯାଞ୍ଚ କରୁଛି ।  ଚିତ୍ତରଞ୍ଜନଙ୍କୁ ପ୍ରଚୁର ମଦ ପିଆଇ ନିସ୍ତୁକ ମାଡ଼ ମାରି ଚେତାଶୁନ୍ୟ କରିବା ପରେ ୨୦ କିମି ଦୂର ନୂଆନଈରେ ଜୀବନ୍ତ ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି। ୧୩ ତାରିଖରେ ପୁରୀ ନୂଆନଈ ନିକଟରୁ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories