www.samajalive.in
Monday, December 8, 2025
14.1 C
Bhubaneswar

୧୩ରେ କୃଷକ ନେତାଙ୍କୁ ସମ୍ବର୍ଦ୍ଧିତ କରିବ ଗୁରୁଦ୍ୱାରା କମିଟି

ଅମୃତସର: ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସଜିପିସି) କୃଷକ ନେତାମାନଙ୍କୁ ସ୍ୱର୍ଣ୍ଣ ମନ୍ଦିର ପରିସରରେ ଚଳିତ ମାସ ୧୩ ତାରିଖ ଦିନ ସମ୍ବର୍ଦ୍ଧିତ କରିବ। କୃଷକ ନେତାମାନେ ସ୍ୱର୍ଣ୍ଣ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଆସିବା ଅବସରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଏସଜିପିସି ପକ୍ଷରୁ କୁହାଯାଇଛି। ଏସଜିପିସିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅବସରରେ ଏହା ସମେତ ଅନ୍ୟାନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏସଜିପି ସଭାପତି ହରଜିନ୍ଦର ସିଂ ଧାମିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏହି ବୈଠକ ବସିଥିଲା। ସୂଚନାଯୋଗ୍ୟ ଯେ କୃଷକ ଆନ୍ଦୋଳନ ସମୟରେ ଏସଜିପିସି କୃଷକମାନଙ୍କୁ ସମର୍ଥନ ଜଣାଇଥିଲା ଏବଂ ଭବିଷ୍ୟତରେ ମଧ୍ୟ ସେମାନଙ୍କ ସହିତ ଦୃଢ ଭାବରେ ଛିଡାହେବ ବୋଲି ଧାମି କହିଛନ୍ତି। ୪୦ କୃଷକ ସଂଗଠନକୁ ନେଇ ଗଠିତ ଛାମୁଆ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ଗୁରୁବାର ବର୍ଷେରୁ ଅଧିକ କାଳ ଧରି ଚାଲିଥିବା କୃଷକ ଆନ୍ଦୋଳନ ସ୍ଥଗିତ ରଖିବାକୁ ଘୋଷଣା କରିବା ପରେ ଶନିବାର ଠାରୁ କୃଷକମାନେ ନିଜ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories