ଆଫଗାନିସ୍ତାନକୁ ମାନବୀୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ: ଭାରତ ସରକାର ଆଫଗାନିସ୍ତାନ ଜନସାଧାରଣଙ୍କ ପାଇଁ ଦେଶରୁ ମାନବୀୟ ସହାୟତା ପଠାଇବା ଆରମ୍ଭ କରିଛନ୍ତି। ଶୁକ୍ରବାର ଦିନ କାବୁଲରୁ ଆସିଥିବା ଏକ ସ୍ୱତନ୍ତ୍ର ବିବାନରେ ଔଷଧ, ଚିକିତ୍ସା ସାମଗ୍ରୀ ଆଦି ପଠାଯାଇଛି। ଏହି ସାମଗ୍ରୀ କାବୁଲସ୍ଥିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ। ପରେ ତାହାକୁ ସେଠାକାର ଇନ୍ଦିରା ଗାନ୍ଧୀ ଶିଶୁ ଡାକ୍ତରଖାନାରେ ରୋଗୀଙ୍କ ବ୍ୟବହାର ନିମନ୍ତେ ପଠାଯିବ ବୋଲି ଭାରତ ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏହା ପୂର୍ବରୁ ଭାରତ ସରକାର ସେଠାରେ ଅନାହାରରେ ଥିବା ଜନସାଧାରଣଙ୍କ ନିମନ୍ତେ ୫୦ ହଜାର ଟନ୍‍ ଗହମ ମାନବୀୟ ସହାୟତା ଆକାରରେ ଯୋଗାଇଦେବାକୁ କୁହାଯାଇଥିଲା। ଉକ୍ତ ଗହମ ସ୍ଥଳପଥରେ ପାକିସ୍ତାନ ମଧ୍ୟଦେଇ ଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ପାକିସ୍ତାନ ଏଥିପାଇଁ ପ୍ରଥମେ ଅନୁମତି ଦେଇନଥିବାବେଳେ ପରବର୍ତ୍ତୀ ସମୟରେ ତାହାକୁ ତାହାର ନିଜ ଟ୍ରକ ଜରିଆରେ ୱାଗାହ ସୀମାନ୍ତରୁ ପରିବହନ କରିବା ଜିଦ୍‍ରେ ଅଡି ବସିଛି। ନିକଟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଭାରତ ଗସ୍ତରେ ଆସିଥିବା ଅବସରରେ ଆଫଗାନିସ୍ତାନକୁ ମାନବୀୟ ସହାୟତାର ଜରୁରି ଆବଶ୍ୟକତା ରହିଥିବା ଏବଂ ଏ ଦିଗରେ ଦୁଇଦେଶ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି ଭାରତ ଏବଂ ରୁଷ ସହମତି ପ୍ରକାଶ କରିଥିଲେ।

kalyan agarbati

Comments are closed.