ସିଡ଼ିଆର ଦାଖଲ ଘଟଣା ; ଜେ ଏମଏଫସି କୋର୍ଟରେ ହାଜର ହେଲେ ମାହାଙ୍ଗା ଥାନା ଅଧିକାରୀ
କୁଆଁପାଳ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେ ଏମଏଫସି କୋର୍ଟ ମାହାଙ୍ଗା ପୁଲିସକୁ ଅପଟୁଡେଟ କେଶ ଡାଏରୀ ଓ ସିଡ଼ିଆର ଦାଖଲ ପାଇଁ ନିର୍ଦ୍ଦେଶ ଦେବା ଓ ଏହାକୁ ଦଖଲ ପାଇଁ ପୁଲିସ କୋର୍ଟକୁ ଅଧିକ ସମୟ ମାଗିବା ଘଟଣା ଖୁବ ଚର୍ଚ୍ଚାରେ ରହିଥିଲା।
ତଳକୋର୍ଟର ଆଦେଶ ପୁନଃ ବିଚାର ପାଇଁ ମାହାଙ୍ଗା ଥାନା ଅଧିକାରୀ ସାଲେପୁର ଏଡିଜେ କୋର୍ଟରେ ଆବେଦନ କରିଥିଲେ। ତେବେ ଏଡିଜେ ଏହାକୁ ଖାରଜ କରିଥିଲେ। ଗତ ଡ଼ିସେମ୍ବର ୪ ତାରିଖ ଦିନ ପୁନଃ ତଦନ୍ତ ରିପୋର୍ଟ ଓ ସିଡ଼ିଆର ଦାଖଲ ପାଇଁ ବ୍ୟକ୍ତିଗତ ଭାବେ ହାଜିରା ନଦେବାରୁ ଏହି ମାସ ୧୦ତାରିଖ ସକାଳ ୧୦ଟା ୩୦ ସୁଦ୍ଧା ଏସବୁ ରେକର୍ଡ କୋର୍ଟରେ ଜମା କରିବା ସହ କାହିଁକି ତା’ଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଆନଯିବ ତାହା ଜଣାଇବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ। ଆଜି କୋର୍ଟର ଧାର୍ୟ୍ୟ ସମୟ ୧୦.୩୦ ରେ ମାହାଙ୍ଗା ଥାନାଧିକାରୀ ନିହାର ରଞ୍ଜନ ମହାନ୍ତି ହାଜର ହେବା ସହ ଆବଶ୍ୟକ ସିଡ଼ିଆର ଓ କେସ୍ ଡ଼ାଏରି ଏମଏଫସି ସାଲେପୁରଙ୍କ ପାଖରେ ଦାଖଲ କରିବା ଜଣାପଡିଛି । କୋର୍ଟରେ ହାଜର ହୋଇ ଫେରୁଥିବା ବେଳେ ଏ ନେଇ ମାହାଙ୍ଗା ଆଇଆଇସିଙ୍କୁ ପଚାରିବାରୁ ସେ ନୋ କମେଟ କହି ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଥିଲେ । ମାହାଙ୍ଗା ଡବଲ ମର୍ଡର ମାମଲାର ଅଭିଯୁକ୍ତ ମାନେ ଜେଲରେ ଥିବାବେଳେ, ପୁଲିସ ଦାଖଲ କରିଥିବା ଚାର୍ଜ ସିଟ ଓ ସିଡ଼ିଆର ର ବିଚାର ପରେ ଅଦାଲତ ଘଟଣାର ସତ୍ୟା ସତ୍ୟ ପ୍ରକାଶ କରିବେ ବୋଲି ସରକାରୀ ଓକିଲ ସୂଚନା ଦେଇଛନ୍ତି ।
Comments are closed.