www.samajalive.in
Tuesday, December 9, 2025
15.1 C
Bhubaneswar

ରାଜଧାନୀ ଏକ୍ସପ୍ରେସରୁ ଯବାନ ନିଖୋଜ

ଭୁବନେଶ୍ୱର: ନୂଆଦିଲ୍ଲୀରୁ କଟକ ଆସୁଥିବା ସମୟରେ ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି। ଭାରତୀୟ ଯବାନମାନେ ଏକ ଶିବିରରେ ଯୋଗଦେବାକୁ ନୂଆଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକ ଆସୁଥିଲେ। କଟକ ଷ୍ଟେସନରେ ଟ୍ରେନ ପହଞ୍ଚିବାପରେ ଜଣେ ଯବାନ ନିଖୋଜ ଥିବା ଜଣାପଡିଥିଲା। ଉକ୍ତ ଯବାନଙ୍କ ନାମ ଟେନଜିନ ଗାୱା ଏବଂ କର୍ଣ୍ଣାଟକର କରୱାର ଜିଲାରେ ଥିବା ତିବତୀୟ କଲୋନି ମୁଣ୍ଡଗଡର ବାସିନ୍ଦା ବୋଲି ଜଣାପଡିଛି। ଏହା ଜଣାପଡିବା ପରେ ଅନ୍ୟ ଯବାନଙ୍କ ମଧ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ତୁରନ୍ତ କଟକସ୍ଥିତ ଜିଆରପି ଥାନାରେ ଏତଲା ଦିଆଯାଇଥିଲା। ଜିଆରପି ପକ୍ଷରୁ ନୂଆଦିଲ୍ଲୀରୁ କଟକ ପର୍ଯ୍ୟନ୍ତ ବାଟରେ ଥିବା ସମସ୍ତ ଷ୍ଟେସନକୁ ଏ ସମ୍ପର୍କିତ ସୂଚନା ଓ ଫଟୋ ପଠାଯାଇ ଉକ୍ତ ଯବାନଙ୍କର ସନ୍ଧାନ ନେବାକୁ କୁହାଯାଇଛି। ସୋମବାର ଏହି ଘଟଣା ଘଟିଥିଲେ ମଧ୍ୟ ତାହା ବିଳମ୍ବରେ ସର୍ବସମ୍ମୁଖକୁ ଆସିଥିବା ଜଣାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories