www.samajalive.in
Tuesday, December 9, 2025
15.1 C
Bhubaneswar

ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବାତ୍ୟା କ୍ଷତିଗ୍ରସ୍ତ ଧାନ ବିଲ ପରିଦର୍ଶନ

ସାକ୍ଷୀଗୋପାଳ : ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଆଜି ସତ୍ୟବାଦୀ ବ୍ଲକର ବାତ୍ୟା କ୍ଷତିଗ୍ରସ୍ତ ଧାନ ବିଲ ପରିଦର୍ଶନ କରିଛନ୍ତି । ବଳପୁର, ବଂପାଳ ଓ ପରଜା ପଡ଼ା ଗହୀରରେ କ୍ଷତିଗ୍ରସ୍ତ ଧାନ ବିଲ ଓ ଧାନ ଫସଲ ପରିଦର୍ଶନ କରିଥିଲେ । ପ୍ରତ୍ୟେକ ଗହୀରରେ ଧାନ ଫସଲ ଆଣ୍ଠୁଏ ପାଣିରେ ଭାସୁଥିଲା ।
ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା, ବଳ ପୁର ସରପଞ୍ଚ ତ୍ରିନାଥ ମହାପାତ୍ର, ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ର, ବ୍ଲକ ପ୍ରାଣୀ ଚିକିତ୍ସକ ଡାକ୍ତର ଜ୍ଞାନ ରଞ୍ଜନ ମିଶ୍ର,ଆତ୍ମା ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ସହକାରୀ କୃଷି ଅଧିକାରୀ ଶାନ୍ତା ସୁଚରିତା ଦାସ ଓ ରାଜସ୍ବ ନିରୀକ୍ଷକ ରଜତ କୁମାର ନାୟକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।
ଆସନ୍ତା ଏକ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବା ନିମନ୍ତେ ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ରଙ୍କୁ ବିଧାୟକ ଶ୍ରୀ ସାମନ୍ତରାୟ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଗୁହାଳ ଘର କ୍ଷତିଗ୍ରସ୍ତ ହିତାଧିକାରୀ ମାନଙ୍କ ତାଲିକା ପ୍ରଦାନ କରିବା ନିମନ୍ତେ ବ୍ଲକ ପ୍ରାଣୀ ଚିକିତ୍ସକ ଜ୍ଞାନ ରଞ୍ଜନ ମିଶ୍ରଙ୍କୁ ବିଧାୟକ ଶ୍ରୀ ସାମନ୍ତରାୟ ନିର୍ଦ୍ଦେଶ ଦେଇଥିଲେ ।
ଏଥି ସହିତ ଅଳଗୁମ ପଞ୍ଚାୟତ ଅନ୍ତର୍ଗତ ବାଟୁଳି ପଡ଼ା ଗ୍ରାମର ଅଗ୍ନିକାଣ୍ଡ ବିପନ୍ନ ମନୋରଞ୍ଜନ ପ୍ରଧାନ, ଅଲେଖ ପ୍ରଧାନ, ଜମ୍ବେଶ୍ୱର ପ୍ରଧାନ ଓ କନକ ପ୍ରଧାନ ପ୍ରମୁଖ ଅଗ୍ନିକାଣ୍ଡ ବିପନ୍ନଙ୍କୁ ସାକ୍ଷାତ କରି ସମବେଦନା ଜ୍ଞାପନ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories