ବେସରକାରୀ ସଂସ୍ଥା ମାଧ୍ୟମରେ ରୋଜଗାର ଯୋଗାଇବା ପାଇଁ ପ୍ରୟାସ

କଲମପୁର: କଲମପୁର ବ୍ଲକ ସମିତି କାର୍ଯ୍ୟାଳୟ ପରିସରରେ ସଂକଳ୍ପ ପ୍ରକଳ୍ପର ସହଭାଗୀତାରେ ଜିଲ୍ଲା ନିୟୋଜନ ସୌଜନ୍ୟତାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ପରିଷଦ ଆନୁକୂଲ୍ୟରେ ବ୍ଲକସ୍ତରୀୟ ନିଯୁକ୍ତି ଓ ପରାମର୍ଶ ଶିବିର ଆୟୋଜିତ ହେଇଯାଇଛି। ବର୍ତ୍ତମାନ ସ୍ଥିତିରେ ସରକାରୀ ସଂସ୍ଥା ସବୁରେ କର୍ମ ସଂସ୍ଥାନ ସମ୍ଭବ ହେଉ ନାହିଁ। ଯେଉଁଥି ପାଇଁ ଦିନକୁ ଦିନ ଶିକ୍ଷିତ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବେରୋଜଗାରୀ ସମସ୍ୟା ଜଟିଳ ହେବାରେ ଲାଗିଛି। ତେଣୁ ବେରୋଜଗାରୀଙ୍କୁ ରୋଜଗାର ଯୋଗାଇବା ପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ଓ ଅନୁଷ୍ଠାନ ମାଧ୍ୟମରେ ରୋଜଗାର ଯୋଗାଇ ଦେବା ପାଇଁ ସରକାର ଉଦ୍ୟମ କରିଛନ୍ତି। ଏହି ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଦ୍ୱାରା ବ୍ଲକସ୍ତ୍ରରରେ ଥିବା ଯୁବକ ଯୁବତୀ ମେଳା ମାଧ୍ୟମରେ ବିଭିନ୍ନ ସଂସ୍ଥା ଓ ନିଜ ସାମର୍ଥ୍ୟ ମୁତାବକ କର୍ମ ସଂସ୍ଥାନ ପାଇ ପାରିବେ।

ସଂସ୍ଥା ସବୁ ଏହି ଯୁବକ ଯୁବତୀଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ବିଭିନ୍ନ ତାଲିମ ଦେଇ ରୋଜଗାର ଯୋଗାଇବା ପାଇଁ କର୍ମ ସଂସ୍ଥାନ କରିବେ। ଶନିବାର କଲମପୁର ବି.ଡି.ଓ ପ୍ରଶନ୍ନ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନିଯୁକ୍ତି ମେଳାରେ ଜିଲ୍ଲା ନିୟୋଜନ ଅଧିକାରୀ, ଅଜିତ କୁମାର ଉତରାୟ, ବିଜୟ କୁମାର ଉପାଧ୍ୟାୟ, ଜିଲ୍ଲା କୁଶଳୀ ସଂଯୋଜକ ଶ୍ରୀମନ୍ତ ପଣ୍ଡା, ମନରେଗା ର ଉଦୟନ ମହାପାତ୍ର, ବଡକୁଟୃ ସରପଂଚ, ସମୀର କୁମାର ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିାକୀର ଲକ୍ଷ୍ମଣ ହରିଜନପ୍ରମୁଖ ଉପସ୍ଥିତ ଥିଲେ। ଏହି ନିଯୁକ୍ତି ମେଳାରେ ୨୫୦ରୁ ଅଧିକ ଯୁବକ ଯୁବତୀ ଯୋଗ ଦେଇଥିଲେ। ଭୁବନେଶ୍ୱର ର ଜ୍ଞାନ କ୍ଳ୍ ଚେରିଟେବୁଲ ଟ୍ରଷ୍ଟ,ନିଅମ ଏଜୁକେସନ, ସିମାନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଡିଭଆଇନ ନରସିଂ କେୟାର ସଲୁସନ୍, କମସ ଇଦୁ ଜବ, ଏସ.ବି.ଆଇଆର.ଏସ.ଇ.ଟି,କ୍ୟେୁସ କଟକର ରୋମାନ ଟେକ୍ନଲୋଜି, ଏସ.ଆଇ.ଏସ ସିକୁରିଟି ସଂସ୍ଥା, ଧର୍ମଗଡର ଶ୍ରୀ ଶ୍ରୀ କୌଶଳ ବିକାଶ କେନ୍ଦ୍ର, ଭବାନିପାଟଣାର ସାହି ଏକ୍ସପାର୍ଟ,ଏଲ.ଆଇ.ସି, ଜନ ଶିକ୍ଷଣ ସଂସ୍ଥାନ, ପାରାଦୀପର ସିଆଇପିଟି, ହାଇଦ୍ରାବାଦର କାପଷ୍ଟନ ସିକୁରିଟି ସଂସ୍ଥା, ଗୁଜୁରାଟର ୱେଲ୍ସପୁନ ଇଣ୍ଡିଆ ପ୍ରମୁଖ ୧୬ ଗୋଟି ସଂସ୍ଥା ଯୋଗ ଦେଇ ପ୍ରାୟ ୧୫୩ ଜଣ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରି ରୋଜଗାର ଯୋଗାଇ ଦେବା ପାଇଁ ଚୟନ କରିଛନ୍ତି।

Comments are closed.