www.samajalive.in
Tuesday, December 9, 2025
26.1 C
Bhubaneswar

ବାତ୍ୟା ଜୱାଦ ; ପ୍ରବଳ ବର୍ଷା , ପବନର ବେଗ ୬୦/୭୦ କିମି

ଭୁବନେଶ୍ୱର : ଆସନ୍ତା କାଲି ମଧ୍ୟାହ୍ନରେ ବାତ୍ୟା ଜୱାଦ ପୁରୀ ଉପକୂଳରେ ପହଞ୍ଚିବ। ଏ ସମ୍ପର୍କରେ ଏସଆରସି ପ୍ରଦୀପ ଜେନାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ ଜୱାଦ ପୁରୀ ଉପକୂଳରେ ପହଞ୍ଚିବା ସହ ଏହା ପ୍ରଭାବରେ ପ୍ରବଳ ବର୍ଷା ସହ ପବନର ବେଗ ୬୦/୭୦ କିମି ରହିବ ।ପୁରୀରେ ପହଞ୍ଚିବା ବେଳକୁ ବାତ୍ୟାର ତୀବ୍ରତା କମିବା ନେଇ ଆକଳନ କରାଯାଉଛି। ପୁରୀ ଛୁଇଁବା ବେଳକୁ ପବନର ବେଗ ୬୦/୭୦ କିମି ରହିପାରେ। ଗଞ୍ଜାମ,ପୁରୀ,ଜଗତସିଂହପୁର, ଖୋର୍ଦ୍ଧାରେ ଅତିପ୍ରବଳ ବର୍ଷା ହୋଇପାରେ। ପବନ ବେଗ କମିବା ଆକଳନ ଥିବାରୁ ଭିତ୍ତିଭୂମି କ୍ଷତି ହେବା ଆଶଙ୍କା କମ। ତେବେ ପ୍ରବଳ ବର୍ଷା ଯୋଗୁଁ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ଧାନ ଏବଂ ପନିପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟା ପ୍ରଭାବ ହଟିଯିବା ସମ୍ଭାବନା ରହିଛି। ପବନର ବେଗ କମିବାରୁ ସ୍ଥାନାନ୍ତରଣ କରାଯିବା ଆବଶ୍ୟକ ହେବ ନାହିଁ। ମାତ୍ର ଦେଢ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ବୋଲି ଏସଆରସି କହିଛନ୍ତି। ମାତ୍ର ଦେଢ ଫୁଟ/୨ଫୁଟ ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଆସିପାରେ। ଆଜି ଯାହା ଜୁଆର ରହିଛି,ଆସନ୍ତାକାଲି ଆଉ ଅଧ ମିଟର ଜୁଆର ଉଚ୍ଚକୁ ବଢିବ। ପ୍ରଭାବିତ ଜିଲାରେ ୩ ଶହ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନିଆଯାଇଛି। ପବନ କମିଲେ ମଧ୍ୟ ବର୍ଷା ହେବ, ପବନରେ ଛୋଟ ଛୋଟ ଗଛ ଉପୁଡିପାରେ। ବର୍ଷା ,ପବନ ସମୟରେ ବାହାରକୁ ନବାହାରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି। ବାତ୍ୟା ପ୍ରଭାବ ଶେଷ ପରେ ଫସଲ କ୍ଷତି ଆକଳନ କରାଯିବ। ବିଶେଷ କରି ଫସଲ ଅମଳ ସମୟ ଥିବାରୁ ତୁରନ୍ତ କ୍ଷତି ଆକଳନ କରାଯିବ। ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories