ବଳାତ୍କାର ପୀଡିତା ପୋଡି ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ

0

ଅଲିଗଡ .- ଉତ୍ତରପ୍ରଦେଶର ଅଲିଗଡରେ ଜଣେ ନାବାଳିକା ୨ ଜଣଙ୍କ ଦ୍ୱାରା ବଳାତ୍କାରର ଶିକାର ହେବା ପରେ ପୋଡି ଆତ୍ମହତ୍ୟା କରିଥିବା ଅଭଯୋଗ ହୋଇଛି । ନାବାଳିକା ଜଣଙ୍କ ଶୌଚ ହେବା ପାଇଁ ଘରର ବାହାରକୁ ଯାଇଥିବା ସମୟରେ  ଦୁଇ ଜଣ ଲୋକ ତାଙ୍କୁ ଉଠାଇ ନେଇଥିଲା । ଏହି ଦୁଇଜଣ ତାଙ୍କୁ ବଳାତ୍କାର କରିବା ପରେ  ଫେରାର ହୋଇଯାଇଥିଲା । ପରେ ନାବାଳିକା ଜଣଙ୍କ ଘରକୁ ଆସି କିରୋସିନ୍‌ ଢାଳି ହୋଇ ନିଆଁ ଲଗାଇ  ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ରଲୋକ ତାଙ୍କୁ ଚିକିତ୍ସପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଡାକ୍ତରଖାନାରେ ସେ ମୃତ୍ୟୁ ପୂର୍ବରୁ ଦୁଇଜଣ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିଥିବା ପୀଡିତାଙ୍କ ପିତା କହିଛନ୍ତି । ପୁଲିସ ଏହି ଅଭିଯୋଗ ପାଇବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

Leave A Reply