www.samajalive.in
Monday, December 15, 2025
27.1 C
Bhubaneswar

ଠାକୁରମୁଣ୍ଡା ରେଞ୍ଜର ବିଭିନ୍ନ ଗାଁରେ ପଶି ହାତୀ ପଲଙ୍କ ଦୌରାତ୍ମ୍ୟ

ଠାକୁରମୁଣ୍ଡା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ଗତ ମଙ୍ଗଳବାର ରାତିରେ ପଶି ଆସିଥିବା ୨୭ ଟିକିଆ ହାତୀ ପଲ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ପଶି ଚାଷୀଙ୍କ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବାର ଜଣାଯାଇଛି। ସୀମାନ୍ତ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଦେଇ ହାତୀ ପଲ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ପଡିଆବେଡା ଫରେଷ୍ଟ ବିଟ୍ ଅଞ୍ଚଳରେ ପୋଷି ମଙ୍ଗଳବାର ଓ ବୁଧବାର ରାତିରେ ଅନେକ ଚାଷୀଙ୍କ ବିଲରେ ଧାନ ଫସଲ ନଷ୍ଟ କରିଦେଇଥିଲେ।

ଗୁରବାର ଏହି ହାତୀପଲଙ୍କ ମଧ୍ୟରୁ ଏକ ଦନ୍ତା ହାତୀ ଗୋଠ ଛଡା ହୋଈ ପଡ଼ିଆବେଡାର ମାଲଗୋଡ଼ିଆ ଜଙ୍ଗଲରେ ରହିଥିବା ବେଳେ ହାତୀ ଦେଖିବାକୁ ବାଇକରେ ଯାଇଥିବା ଗୌରୀଗଦା ଗ୍ରାମର ସୁବାଷ ମହାନ୍ତଙ୍କ ବାଇକକୁ ଭାଙ୍ଗି ଦେଇଥିବାର ଜଣାଯାଇଛି। ବାକି ଅନ୍ୟ ହାତୀ ପଲ ଗୌରୀଗଦା ଗ୍ରାମର ମଞ୍ଜୁ ମହାନ୍ତ, ଲକ୍ଷ୍ମୀପ୍ରିୟା ମହାନ୍ତ ଙ୍କ ଧାନ ଖାଇ ନଷ୍ଟ କରିଦେଇଛନ୍ତି।ସେହିପରି ନୂଆଗାଁ ଗ୍ରାମର ବିଟୁ ନାଏକ ଓ ଚୈତନ୍ୟ ନାଏକ ଙ୍କ ଧାନ ବିଲରେ ପଶି ଧାନ ଖାଇ ଦେଇଥିଲେ।ରଙ୍ଗାମାଟିଆ ଗ୍ରାମର ମୁରଲୀ ନାଏକ,ସୁଦର୍ଶନ ନାଏକ, ନିସିକାନ୍ତ ନାଏକ ଏବଂ ଦାମୁଳିକିଳା ଗ୍ରାମର ରାଜେନ୍ଦ୍ର ପାଇଦା ଧାନ କାଟି ବିଲରେ ରଖି ଥିବା ଧାନ ବିଡ଼ାକୁ ଖାଇ ଦେଇଛନ୍ତି।

- Advertisement -

ସେହି ଗ୍ରାମର ଜୈନ ଦଣ୍ଡପାଟଙ୍କ ନିର୍ମାଣ ଧୀନ ପ୍ରଧାନମନ୍ତ୍ରୀ ଆବାସ ଗୃହକୁ କିଛି ଅଂଶ ଭାଙ୍ଗି ଦେଇ ତାଙ୍କର ଧାନ ଖାଇ ଦେଇଥିବାର ଜଣାଯାଇଛି। ହାତୀ ପଲ ଗୁରବାର ରଙ୍ଗାମାଟିଆ ଜଙ୍ଗଲ ରେ ରହିଛନ୍ତି। ସନ୍ଧ୍ୟା ସମୟରେ ହାତୀ ପଲ ଜଙ୍ଗଲରୁ ବାହାରି ବିଭିନ୍ନ ଗ୍ରାମରେ ପଶି ଧାନ ଫସଲ ନଷ୍ଟ କରୁଥିବାରୁ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି। ଠାକୁରମୁଣ୍ଡା ରେଞ୍ଜ କର୍ମଚାରୀମାନେ ହାତୀଙ୍କ ଉପରେ ନଜର ରଖିଛନ୍ତି। ହାତୀ ଜନିତ କ୍ଷୟକ୍ଷତି ହୋଇଥିବା ସମସ୍ତ ଚାଷୀମାନଙ୍କର ଦରଖାସ୍ତ ଫରେଷ୍ଟ ବିଟ୍ ଅଫିସ କିମ୍ବା ରେଞ୍ଜ ଅଫିସରେ ଦେବାପାଇଁ ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

Related Articles

Popular Categories