www.samajalive.in
Tuesday, December 9, 2025
26.1 C
Bhubaneswar

ବିରି ଫସଲରେ ସଁବାଳୁଆ ପୋକ; ପୋକ ଦମନ ପାଇଁ ସରକାରୀ ସହାୟତା ମିଳୁ ନଥିବା ଅଭିଯୋଗ

ବାଙ୍କୀ: ବାଙ୍କୀ ଏକ ବନ୍ୟା ପ୍ରବଣ ଅଞ୍ଚଳ। ଚଳିତ ବର୍ଷ ଦେଖାଦେଇଥିବା ବନ୍ୟା ପ୍ରଭାବରେ ଡମପଡା ଏବଂ ବାଙ୍କୀ ବ୍ଲକର ତଳିଆ ଅଞ୍ଚଳର ବିଭିନ୍ନ କୃଷି କ୍ଷେତ୍ରରେ ଧାନ ପ୍ରଭାବିତ ହେବାପରେ ଚାଷୀମାନେ କୃଷି ଭରଣା ପାଇଁ ଚଢାଦରରେ ବିରି ବିହନ କିଣି ଚାଷ କରିଥିଲେ। ପରେ ପରେ ଅଦିନିଆ ବର୍ଷା ହେକ୍ଟର ହେକ୍ଟର ରବି ଫସଲକୁ ପ୍ରଭାବିତ କରି ଚାଷୀ ମନରେ ଆଶଙ୍କା ଆଣିଥିଲା। ବର୍ଷା ପ୍ରଭାବରୁ ସୁଧୁରିଥିବା ବିରିଚାଷୀ ଏବେ ମୁଣ୍ଡରେ ବୋଝ ପାଲଟିଛି। ବଞ୍ଚିବାକୁ ସାହାରା ଦେଉଥିବା ବିରି ଫସଲରେ ଏବେ ମାଳମାଳ ସଁବାଳୁଆ ପୋକ ଚରି ଯାଉଛନ୍ତି। କୃଷି ବିଭାଗର କୌଣସି ପରାମର୍ଶ କିମ୍ବା ସଁବାଳୁଆ ପୋକ ଦମନ ପାଇଁ ସରକାରୀ ସହଯୋଗ ମିଳୁ ନ ଥିବା ଅଭିଯୋଗ କରୁଛନ୍ତି। ଏବେ ଶିମିଳିପୁର, ହରିରାଜପୁର, ବିଲିପଡା, ଢଁସର, ତୁଳସୀପୁର, ନରଗାଙ୍ଗ ଆଦି ପଞ୍ଚାୟତରେ ବିରି ଫସଲରେ ବ୍ୟାପକ ସଁବାଳୁଆ ପୋକ। ଏପଟେ ସମ୍ଭାବ୍ୟ ବାତ୍ୟା ଆଗକୁ ଅଧିକ ପ୍ରଭାବିତ କରିବ ବୋଲି ଚାଷୀମାନେ ଶଙ୍କା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କୃଷି ଜିଲ୍ଲା ଅଧିକାରୀଙ୍କୁ ପଚାରିବାରୁ ରବି ଫସଲରେ ସଁବାଳୁଆ ପୋକ ଲାଗିଥିବା ସମ୍ପର୍କରେ ଅବଗତ ଥିବା ଏବଂ ଗ୍ରାମ କୃଷି କର୍ମଚାରୀ ଏବଂ କୃଷିମିତ୍ରଙ୍କ ଜରିଆରେ ଚାଷୀମାନଙ୍କୁ ସୂଚନା ଦିଆଯାଇ କୀଟନାଶକ ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି। ଖର୍ଚ୍ଚ କରାଯାଇଥିବା ଅର୍ଥ ବାବଦରେ ସ୍ୱୀକୃତିପ୍ରାପ୍ତ ଔଷଧ ଦୋକାନର ବିଲ ପୈଠ କରି ବିଭାଗରୁ ସରକାରୀ ରିଆତି ଔଷଧ ଖର୍ଚ୍ଚ ପ୍ରଦାନ କରାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories