www.samajalive.in
Tuesday, December 9, 2025
17.1 C
Bhubaneswar

ଢେଙ୍କାନାଳରେ କରୋନା ଆତଙ୍କ ; ଏକାସାଙ୍ଗରେ ୩୩ ଶିକ୍ଷାର୍ଥୀ ସଂକ୍ରମିତ

ଭୁବନେଶ୍ୱର: ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୨ ନମ୍ବର ୱାର୍ଡର କୁଞ୍ଜକାନ୍ତଠାରେ ଥିବା ଏକ ଘରୋଇ ଆବାସିକ ଶିକ୍ଷାନୁଷ୍ଠାନର ୩୩ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଉକ୍ତ ଅଞ୍ଚଳକୁ ୧୦ ଦିନ ପାଇଁ ପୌର କର୍ତ୍ତୃପକ୍ଷ ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ଏଥିସହିତ ଉକ୍ତ ଶିକ୍ଷାନୁଷ୍ଠାନର ଅନ୍ୟ ଛାତ୍ରଛାତ୍ରୀଙ୍କର ନମୁନା ତୁରନ୍ତ ପରୀକ୍ଷା କରାଇବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ଉକ୍ତ ଶିକ୍ଷାନୁଷ୍ଠାନରେ ପ୍ରାୟ ୨୬୦ ଛାତ୍ରଛାତ୍ରୀ ପଢୁଥିବାବେଳେ ଗତ ନଭେମ୍ବର ୨୯ ତାରିଖରେ ଉକ୍ତ ଶିକ୍ଷାନୁଷ୍ଠାନର ୪ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଅନ୍ୟମାନଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ବୁଧବାର ଆସିଥିବା ରିପୋର୍ଟରେ ଆଉ ୩୩ ଜଣ କରୋନା ସଂକ୍ରମିତ ଥିବା ଜଣାପଡିବା ପରେ ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜିଲାପାଳ ସେଠାକୁ ଯାଇ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ଏକାନ୍ତବାସରେ ରଖିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ କହିଥିଲେ । କିନ୍ତୁ ସେମାନେ ସେଠାରୁ ଆସିବାପରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଉକ୍ତ ଛାତ୍ରଛାତ୍ରୀଙ୍କର ଅଭିଭାବକଙ୍କୁ ଡକାଇ ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି । ଉକ୍ତ ଛାତ୍ରଛାତ୍ରୀ ବସ, ଟ୍ୟାକ୍ସି ଅଥବା ଅନ୍ୟ କୌଣସି ମାଧ୍ୟମରେ ନିଜ ନିଜ ଘରକୁ ଫେରିଥିବାରୁ ସେମାନେ ସୁପର ସ୍ପ୍ରେଡର ପାଲଟିବା ଆଶଙ୍କା ଦେଖାଦେଇଛି । କର୍ତ୍ତୃପକ୍ଷ ସେମାନଙ୍କୁ ଏକାନ୍ତବାସରେ ରଖିବାକୁ କହିବା ସତ୍ୱେ ସେମାନେ କିଭଳି ଘରକୁ ଚାଲିଗଲେ ସେ ସମ୍ପର୍କରେ ପୌର କର୍ତ୍ତୃପକ୍ଷ ଉକ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏଥିସହିତ ପରିଚାଳନା ପରିଷଦର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମହାମାରୀ ଆଇନ ଅନୁଯାୟୀ ମାମଲା ରୁଜ୍ଜୁ କରାଯିବା ସମ୍ପର୍କରେ ପୌର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗୋଟିଏ ଶିକ୍ଷାନୁଷ୍ଠାନରେ ଏକ ସମୟରେ ଏତେସଂଖ୍ୟକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଶିକ୍ଷାନୁଷ୍ଠାନ ଥିବା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏପରିକି ଆବଦ୍ଧାଞ୍ଚଳ ଘୋଷିତ ଅଞ୍ଚଳ ବାହାରେ ମଧ୍ୟ ଲୋକେ ଭୟରେ ଦୋକାନ ବଜାର ବନ୍ଦ କରିଦେଇଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories