www.samajalive.in
Sunday, December 14, 2025
17.1 C
Bhubaneswar

ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି। ଯୁବ ରେଡ଼କ୍ରସ ଶାଖା ଓ ରେଡ଼ରିବନ କ୍ଲବ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶରତ ଚନ୍ଦ୍ର ମହାନ୍ତ ସଭାପତିତ୍ୱ କରି ନିଜ ବକ୍ତବ୍ୟରେ ଏଡସ୍ ପରି ମହାବ୍ୟାଧିକୁ ଦୂର କରିବା ପାଇଁ ସୁଚିନ୍ତିତ ମତ ବ୍ୟକ୍ତ ରଖିଥିଲେ।ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ତଥା ଯୁବ ରେଡ୍ କ୍ରସ କାଉନସିଲର ଡକ୍ଟର କୁଳମଣି ପ୍ରଧାନ ଯୋଗ ଦେଇ ଏଡସ୍ ଓ ଏଚଆଇଭି ଭୁତାଣୁର ଭୟାବହତା, ଅତୀତ ଓ ବର୍ତ୍ତମାନର ସ୍ଥିତି, ସଂକ୍ରମଣ ଓ ପ୍ରତିଷେଧକ ସପର୍କରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାକୁ କହିଥିଲେ ଯେ ବର୍ତ୍ତମାନ ସମାଜରେ ବିଶେଷ କରି ତୃତୀୟ ଲିଙ୍ଗୀ ଯୌନକର୍ମୀ ଓ ଅସୁରକ୍ଷିତ ଯୌନ ସଂପର୍କର ବ୍ୟକ୍ତି ବିଶେଷକୁ ଏଚଆଇଭି ଲକ୍ଷଣ ଯୁକ୍ତ ଥିଲେ ସଙ୍ଗେ ସଙ୍ଗେ ଚିକିତ୍ସା ସେବା ନେବା ଅତ୍ୟନ୍ତ ଜରୁରୀ ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ମହେଶ କୁମାର ଚାଟାର୍ଜୀ, ରାଜେନ୍ଦ୍ର ମହାନ୍ତ ଯୋଗ ଦେଇ ବିଶ୍ୱ ଏଡ଼ସ୍ ଦିବସର ମହତ୍ତ୍ୱ ସଂପର୍କରେ ଅବଗତ କରାଇବା ସହିତ ସଚେତନ କରାଇଥିଲେ। ଛାତ୍ରୀ ସତ୍ୟବତୀ ପାତ୍ର, ଯସ୍ମୀନ ସାହୁ, ମମତା ମହାନ୍ତ, ସୁଦିପ୍ତା ମିଶ୍ର, ବୀୟୁଟି ମହାନ୍ତ, ବିଜନ ସାହୁ,ପ୍ରମୁଖ ଏଡ଼ସ୍ ଦିବସ ଉପରେ ବକ୍ତବ୍ୟ ରଖିଥିଲେ ଓ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ଶେଷରେ ସୁଧାଂଶୁ ଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories