ବିଶ୍ୱ ଏଡ଼ସ ଦିବସ ପାଳିତ

ଗଂଜାମ:ବିଶ୍ୱ ଏଡ଼ସ ଦିବସ ଅବସରରେ ଗଞ୍ଜାମ ସହରର ସ୍ଥିତ ଗ୍ରାସୀମ କମ୍ପାନୀ ପକ୍ଷରୁ ଏକ ସଚେତନ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ କେମିକାଲ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ସଚେତନ ଶୋଭାଯାତ୍ରା ବାହାରି ଗଞ୍ଜାମ ସହର ପରିକ୍ରମା କରିଥିଲେ। ଏଡ଼ସର ଭୟାବହତା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା। ଏନେଇ ସମାଜରେ ଲୋକେ କିପରି ସଚେତନ ହୋଇ ପାରିବେ ଛାତ୍ରଛାତ୍ରୀମାନଙ୍କ ମାଧ୍ୟମରେ ଏହାକୁ କିଭଳି ସଚେତନତା କରାଯାଇ ରୋକା ଯାଇପାରିବ ସେ ଉପରେ ଏକ ଆଲୋଚନା ମଧ୍ୟ ହୋଇଥିଲା l ଏଥିରେ ଗ୍ରାସୀମର ଡି ଜି ଏମ ରବୀନ୍ଦ୍ର ମହାନ୍ତି, ସ୍କୁଲର ଅଧକ୍ଷା ଜୟ ଲଷ୍ମୀ ମହାନ୍ତି, ଡ. ରାମ ବିହାରୀ ଶର୍ମା ପ୍ରମୁଖ ଯୋଗଦେଇ ଏହି ଦିବସର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ସୁନୀଲ ଦାସ, ସୁନୀଲ ସାମଲଙ୍କ ସମେତ ଅନ୍ୟମାନେ ପରିଚାଳନା କରଥିଲେ।

kalyan agarbati

Comments are closed.