www.samajalive.in
Tuesday, December 9, 2025
16.1 C
Bhubaneswar

ଧାନ ସଂଗ୍ରହ ପାଇଁ ଆସିନି ଟାର୍ଗେଟ; ମଣ୍ଡିରେ ତାଲା ପକାଇଲେ ଚାଷୀ

ରେଙ୍ଗାଲିକ୍ୟାମ୍ପ : ଧାନ ସଂଗ୍ରହ ପାଇଁ ଗତ ୨୫ତାରିଖରୁ ମାର୍କେଟ ଖୋଲିଯାଇଛି ସତ, ହେଲେ ଅନେକ ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହୋଇପାରିନାହିଁ। ତାର ମୁଖ୍ୟ କାରଣ ହେଉଛି ବ୍ୟବସ୍ଥା । ଧାନ ସଂଗ୍ରହ ପାଇଁ ଯେଉଁ ସବୁ ବ୍ୟବସ୍ଥା ରହିଛି ସେଗୁଡିକ ଠିକ ଭାବରେ କାର୍ୟ୍ୟକାରୀ ହୋଇପାରୁନାହିଁ। ଯାହାର ପରିଣାମ ଭୋଗିବାକୁ ପଡୁଛି ନିରୀହ ଚାଷୀମାନଙ୍କୁ। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଗଉରଟିକ୍ରାରେ। ଅତାବିରା ବ୍ଲକ ସିଲେଟ ପଞ୍ଚାୟତ ଅନ୍ତର୍ଗତ ଗଉରଟିକ୍ରା ମାର୍କେଟ ୟାର୍ଡରେ ଆଜି ଚାଷୀମାନେ ତାଲାମାରି ବନ୍ଦ କରିଛନ୍ତି। ପ୍ରକାଶ ଥାଉକି ଏହି ମାର୍କେଟ ୟାଡ୍ ଖୋଲିବାର ୫ଦିନ ବିତିଗଲାଣି। ମାର୍କେଟରେ ପନ୍ଦର ହଜାର କ୍ଵିଣ୍ଟାଲ ଧାନ ଗଚ୍ଛିତ ରହିଛି ବିକ୍ରି ପାଇଁ ହେଲେ ଟାର୍ଗେଟ ଆସିନାହିଁ। ତେଣୁ ଧାନ ଉଠୁନାହିଁ। ଅନ୍ୟ ଚାଷୀମାନେ ଧାନ ଆଣି ରଖିବାକୁ ସ୍ଥାନ ନାହିଁ ତେବେ ଚାଷୀଙ୍କ ଧାନ ରଖିବେ କେଉଁଠି। ଆଖପାଖର ମାର୍କେଟ ୟାଡ୍ ଗୁଡିକରେ ଟାର୍ଗେଟ ମିଳିଯାଇଛି। ହେଲେ ଏହି ମାର୍କେଟକୁ ଟାର୍ଗେଟ ଆସି ନ ଥିବା ନେଇ ଚାଷୀ ଉତ୍ୟକ୍ତ ହୋଇ ମାର୍କେଟ କାର୍ୟ୍ୟାଳୟ ସହ ମୁଖ୍ୟ ଦ୍ଵାରରେ ମଧ୍ୟ ତାଲା ମାରି ବନ୍ଦ କରିଛନ୍ତି। ଯେତେ ଦିନ ଯାଏ ଟାର୍ଗେଟ ନ ଆସିଛି ଓ ଯେତେ ଦିନ ଯାଏ ଚାଷୀଙ୍କ ଧାନ ରଖିବା ପାଇଁ ସ୍ଥାନ ଯୋଗାଇ ଦିଆ ନ ଯାଏ, ତାଲା ଖୋଲାଯିବ ନାହିଁ ବୋଲି ଚାଷୀମାନେ ଜିଦ୍ ଧରିଛନ୍ତି। ଏହି ଖବର ପାଇ ଅତାବିରା ଆରଏମସି ସମ୍ପାଦକ ପ୍ରଦୀପ ବେସନ ଗଉରଟିକ୍ରା ମାର୍କେଟ ୟାଡକୁ ପହଞ୍ଚି ଚାଷୀ ଉପର୍ପଟ୍ଟି ଇଆର ବାବୁ, ଡିପି ଜୟକୁମାର ଏନ୍ ବି ରାମକୃଷ୍ଣଡାକ୍ତର ନାଏକ, ଏମ୍ ରାମକୃଷ୍ଣ, ଲକ୍ଷ୍ମଣ ପାଣ୍ଡେ, କେ ମୁରଲୀ କ୍ରିଷ୍ଣା ପ୍ରମୁଖଙ୍କ ସହ ଆଲୋଚନା କରି ୫୦୦୦ କ୍ଵିଣ୍ଟାଲର ଟାର୍ଗେଟ ଦିଆଗଲା ବୋଲି ଲିଖିତ ଭାବରେ ଦେଇଥିଲେ। କିନ୍ତୁ କମ୍ପ୍ୟୁଟରରେ ତାହା ଦେଖାଗଲା ନାହିଁ। ତେଣୁ କେବଳ କାଗଜ କଲମରେ ଲେଖିଦେଇ ଖାଲି ଚାଷୀଙ୍କୁ ସାନ୍ତ୍ବନା ଦେଲେ ତାହା ମୂଲ୍ୟହୀନ ବୋଲି ଚାଷୀମାନେ ତାଲା ଖୋଲି ନଥିଲେ।ଫଳରେ ସମ୍ପାଦକ ଫେରିଆସିଥିଲେ। ମାର୍କେଟ ୟାଡ୍ ଖୋଲିବା ପୂର୍ବରୁ ସବୁ ୟାଡ୍ ଗୁଡ଼ିକୁ ଟାର୍ଗେଟ ଦେବା କଥା। କିନ୍ତୁ ଚାଷୀଙ୍କ ମାନସିକତା, ସରଳତା ସହ ଯେମିତି ସରକାର ଖେଳ ଖେଳୁଛନ୍ତି ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ସଭାପତି ତୀବ୍ର ନିନ୍ଦା କରି ଏହାକୁ ସରକାରୀ ବ୍ୟବସ୍ଥାର ଅପରିପକ୍ଵତା ବୋଲି ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories