www.samajalive.in
Tuesday, December 9, 2025
16.1 C
Bhubaneswar

ସିଏସଆଇଆର୍ ପୁଷ୍ପ କୃଷି ମିଶନ ତରଫରୁ ଗ୍ଲାଡ଼ିଓଲୋସ୍ ଚାଷ ଆରମ୍ଭ

ନବରଙ୍ଗପୁର : ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ (ଏନଵିଆରଆଇ) ଲକ୍ଷ୍ନୌ ତରଫରୁ ନନ୍ଦାହାଣ୍ଡି ବ୍ଲକର ଯେଟୁଗୁଡ଼ାଠାରେ ବ୍ୟବସାୟିକ ଭିତ୍ତିରେ ଗ୍ଲାଡ଼ିଓଲୋସ ଫୁଲ କନ୍ଦ ଆଜି ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦେଶକ ଡ. ପ୍ରଦୋଷ କୁମାର ପଣ୍ଡା ଏବଂ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ଟଙ୍କଧର ସାହୁ ,ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପର କ୍ରିୟାନ୍ବୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସୀ ଗ୍ଲାଡ଼ିଓଲୋସ କନ୍ଦ ରୋପଣ କରିଥିଲେ। ପରୀକ୍ଷାମୂଳକ ଭାବେ ଜେ. ରାମ ରାଜୁଙ୍କ ଜମିରେ ୫୦ ଡ଼ିସିମିଲ ଜାଗାରେ ଏହି ଚାଷ ଆରମ୍ଭ କରାଯାଇଛି । ପ୍ରାୟ ୨ମାସରେ ଏହି ଫୁଲ ଅମଳ ହେଉଥିବାବେଳେ ପ୍ରାୟ ପୁଷ୍ପଗୁଚ୍ଛ ପିଛା ୫ ରୁ ୭ ଟଙ୍କାରେ ବିକ୍ରି ହୋଇଥାଏ । ଗୋଟିଏ ଗଛରୁ ୨ ରୁ ୩ ଟି ପୁଷ୍ପ ଗୁଚ୍ଛ ବାହାରି ଥାଏ ବୋଲି ଏନବିଆରଆଇର ପ୍ରଧାନ ବୈଜ୍ଞାନିକ ଡ. ଚନ୍ଦ୍ରଶେଖର ମହାନ୍ତି ପ୍ରକାଶ କରିଛନ୍ତି। ଆସନ୍ତା ବର୍ଷ ନବରଙ୍ଗପୁର ଜିଲ୍ଲାରେ ଅଧିକ ଚାଷୀଙ୍କୁ ସାମିଲ କରାଯିବ ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି ।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories