www.samajalive.in
Sunday, December 7, 2025
23.1 C
Bhubaneswar

ବିଜେପି ପକ୍ଷରୁ ହରିରାଜପୁର ପଞ୍ଚାୟତର ସାଂଗଠନିକ ବୈଠକ

ବାଙ୍କୀ : ରବିବାର ଦିନ ବାଙ୍କୀ ଭାରତୀୟ ଜନତା ପାର୍ଟୀର ଏକ ସାଂଗଠନିକ ବୈଠକ ଆଦିମାତା ଛକ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହରିରାଜପୁର ପଞ୍ଚାୟତର ଶତାଧିକ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ବିଜୟୀ କରିବା ସହ ନିଜର ଶପଥ ପାଠ କରିଥିଲେ। ଗୋପାଳପୁର ମଣ୍ଡଳ ସଭାପତି ବିପ୍ରବର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ ଯୋଗଦେଇ ସାଙ୍ଗଠନିକ ଦକ୍ଷତା ବଢାଇବା ଓ ଦଳୀୟ ନେତୃତ୍ୱକୁ ସହଯୋଗ କରି ଆଗାମୀ ନିର୍ବାଚନରେ ଜିତାଇବା ପାଇଁ ସମସ୍ତ ଯୋଜନା ସହଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଦଳୀୟ ବରିଷ୍ଠ ସଦସ୍ୟ ଓକିଲ ଯଯାତୀ କେଶରୀ ପଟ୍ଟନାୟକ,ସୀତାକାନ୍ତ ମିଶ୍ର,ଉତ୍କଳ ମନ୍ତ୍ରୀ,ନକୁଳାନନ୍ଦ ପଣ୍ଡା,ନଗର ମଣ୍ଡଳ ସଭାପତି ସଞ୍ଜୟ କୁମାର ରଣା,ପ୍ରଫୁଲ୍ଲ ଚନ୍ଦ୍ର ନାୟକ,ଅକ୍ଷୟ କୁମାର ପାଣି ପ୍ରମୁଖ ଯୋଗଦେଇଥିଲେ। ଏହି ବୈଠକରେ ମଧ୍ୟ ଅନ୍ୟ ଦଳର ବହୁ ସଦସ୍ୟ ବାଙ୍କୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପାଢୀଙ୍କର ନେତୃତ୍ୱକୁ ସମ୍ମାନ ଜଣାଇ ବିଜେପିରେ ଯୋଗଦାନ କରିଛନ୍ତି। ନରେନ୍ଦ୍ର ସାହୁ,ହରେକୃଷ୍ଣ ସାହୁ,କ୍ଷୀରୋଦ ଗୋଚ୍ଛାୟତ,ଶରତ ଭୋଇ,ସମନା ପଣ୍ଡା,ପଠାଣି ପରିଡା,ସୁଦର ଗୋଚ୍ଛାୟତ,ଚିନ୍ମୟ ନାୟକ,ପ୍ରମୋଦ ମହାପାତ୍ର,ଗଙ୍ଗା ରଣା,ଗଙ୍ଗା ଭୋଇ,ସଦାନନ୍ଦ ପିରୋଇ,ଗଗନ ବିହାରୀ ସ୍ୱାଇଁ,ସନିଆ ପିରୋଇ ଏବଂ ସୁରେନ୍ଦ୍ର ସାହୁଙ୍କୁ ଦଳୀୟ ଉତ୍ତୋରୀୟ ଓ ଟୋପି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି। ପଞ୍ଚାୟତ ସଭାପତି ବାନାମ୍ବର ବେଉରା ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା,ସଦସ୍ୟ ଓ ନବାଗତ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories